ନିଶ୍ଚିନ୍ତକୋଇଲି ,୦୪/୦୨/୨୦୨୩(ଓଡିଶା ସମାଚାର /ଅଭୟ ଜେନା ) -ଜନାର୍ଦ୍ଦନ ପୁର ପଞ୍ଚାୟତ ର ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୃଷ୍ଟିଧର କର ଅବସର ଗ୍ରହକରୁଥିବା ରୁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସମାବେଶ ରେ ମୁଖ୍ୟ ଅତିଥିଭାବେ ବ୍ଲକ ଶିକ୍ଷା ଅଧିକାରୀ ଲକ୍ଷହୀରା ଲାବଣ୍ୟବତୀ ବେହେରା ଯୋଗ ଦେଇ ବିଦାୟୀ ପ୍ରଧାନ ଶିକ୍ଷକ ଙ୍କ ଆଦର୍ଶ ଗୁଣାବଳୀ ସମ୍ପର୍କରେ ଉଲ୍ଲେଖ କରବା ସହ ତାଙ୍କର ଅବସର କାଳୀନଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶାରଦା ପ୍ରସନ୍ନ ଆଚାର୍ୟ୍ୟ ଙ୍କପୌରୋହିତ୍ୟରେ ଅନୁଷ୍ଠିତ ସଭାରେସରପଞ୍ଚ ବିଶ୍ୱ ଭୂଷଣ ନାୟକ, ସମିତି ସଭ୍ୟ ରଞ୍ଜନ ବେହେରା,
ଚିତ୍ରୋତ୍ପଳା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଦେବ ପ୍ରସାଦ କର,ଶିକ୍ଷାବିତ ନଳିନୀ କାନ୍ତ ମିଶ୍ର, ଉମେଶ ଚନ୍ଦ୍ର ରାଉତ, ଶିକ୍ଷୟିତ୍ରୀ ସାଗରୀକା ମିଶ୍ର,ନୟନା ରାଉତ,ଶିକ୍ଷକ ରଞ୍ଜନ ବେହେରା, କାଙ୍ଗାଳି ଚରଣ ଜେନା ପ୍ରମୁଖ ଶିକ୍ଷକତା ଜୀବନାନୁଭୂତି ବର୍ଣନା କରିଥିଲେ । ନୃସିଂହ ଚରଣ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେବାଷ୍ପ ରୁଦ୍ଧ କଣ୍ଠ ରେ ଭାବବିହ୍ଵଳ ବକ୍ତବ୍ୟ ପ୍ରଦାନ କରି ନିଜର ପ୍ରିୟ ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ଜଣାଇ ଥିଲେ । ମନ ଲଗାଇ ପାଠପଢି ଜଣେ ଜଣେ ଉତ୍ତମନାଗରିକ ହେବାକୁ, ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀକର ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
Home / ଶିକ୍ଷା / ଅବସରକାଳୀନ ସମ୍ବର୍ଦ୍ଧନା ସଭା ରେ ବିଦାୟୀ ପ୍ରିୟ ଗୁରୁଜୀ ଙ୍କ ଠାରୁ ଆଶୀର୍ବାଦ ନେଲେ ଛାତ୍ର ଛାତ୍ରୀ