ଖୋର୍ଦ୍ଧା,୩/୨/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) : ଯୁବକଙ୍କୁ ଛୁରା ମାଡ। ଛୁରାମାଡରେ ଯୁବକ ଗୁରୁତର।ଗୁରୁତର ଯୁଵକ ଜଣଙ୍କ ଭୂବନେଶ୍ୱର ସମ୍ ହସପିଟାଲରେ ଚିକିତ୍ସିତ।ଗୁରୁତର ଯୁବକ ଜଣଙ୍କ ନିରାକାରପୁର ଥାନା ରାମେଶ୍ବର ଗ୍ରାମର ମହେଶ୍ୱର ସାହୁ। ସୂଚନାରୁ ଜଣାପଡିଛି ଗତକାଲି ମହେଶ୍ୱର ର ପଡୋଶୀଙ୍କ ରାମେଶ୍ୱର ଗାଁ ନିକଟ କଲ୍ୟାଣ ମଣ୍ଡପରେ ଏକ ବ୍ରତଘର ଥିଲା।ବ୍ରତଘର ଭୋଜିରେ ସହଯୋଗ କରିବା ନିମନ୍ତେ ମହେଶ୍ୱର ଯାଇଥିଲା।ଭୋଜି ସରିବା ପରେ ମହେଶ୍ୱର ଓ ଅନ୍ୟମାନେ ସମସ୍ତ ଜିନିଷପତ୍ର ଘରକୁ ବୋହି ଆଣୁଥିଲା ବେଳେ କୈ।ଣସି କାରଣରୁ ଖଜୁରୀପଡା ଗ୍ରାମର ଦିବାକର ପାହାଡାସିଂହ ଓ ତାଙ୍କ ସାଥିମାନେ ମିଶି ଏକ ବୋଲୋରୋ କାରରେ ଯାଇ ମହେଶ୍ୱର ସହିତ କଳିଝଗଡା ହୋଇଥିଲା।ଦିବାକର ଓ ଅନ୍ୟମାନେ ମିଶି ଏକ ଧାରୁଆ ଛୁରୀ ରେ ମହେଶ୍ୱରର ପେଟକୁ ଭୁଷି ଦେବାରେ ସେ ଗୁରୁତର ଆହତ ହୋଇଥିଲେ।ମହେଶ୍ୱର ଏବେ ଭୂବନେଶ୍ୱର ସମ୍ ହସପିଟାଲରେ ଚିକିତ୍ସିତ ।ଏ ନେଇ ମହେଶ୍ୱର ମାଆ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।ଅଭିଯୋଗ ଅଧାରରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ମାନେ ଫେରାର ଥିବା ଜଣାପଡିଛି।ଅଭିଯୁକ୍ତ ମାନକୁ ଧରା ଯାଇ ତାଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକେ ଦାବି କରିଛନ୍ତି।