Tuesday , March 28 2023
Breaking News
Home / କ୍ରୀଡ଼ା / ୧୧ତମ ପରମେଶ୍ବର ମହାପାତ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

୧୧ତମ ପରମେଶ୍ବର ମହାପାତ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ନିରାକାରପୁର, ୦୩ /୦୨/୨୦୨୩ (ଓଡ଼ିଶା ସମାଚାର)-ବାବା ନୀଳକଣ୍ଠେସ୍ୱର କ୍ରିକେଟ କ୍ଲବ ସହାୟତା ରେ ୧୧ତମ ପରମେଶ୍ବର ମହାପାତ୍ର ମେମୋରିଆଲ କ୍ରିକେଟ ଟ୍ରୁନିଆମେଣ୍ଟ ଖୋର୍ଦ୍ଧା ଜିଲ୍ଲାର ରମାବିଲ ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଟ୍ରୁନିଆମେଣ୍ଟ ର ପ୍ରଥମ ମ୍ୟାଚ୍ ମା ଭଗବତୀ କ୍ରିକେଟ କ୍ଲବ, ମଳିପଡା ଓ ଯୁବ ଜ୍ୟୋତି କ୍ରିକେଟ କ୍ଲବ, ଦମନଭୁମି ମଧ୍ୟ ରେ ଖେଳା ଯାଇଥିଲା ଟଚ୍ ଜିତି ମଳିପଡା ପ୍ରଥମେ ବ୍ୟାଟିଂ ର ନିଷ୍ପତ୍ତି ନେଇ ଥିଲା ୧୬ ଓଭର୍ ଖେଳି ସମସ୍ତ ୱିକେଟ୍ ହରାଇ ୯୪ ରନ୍ ସଂଗ୍ରହ କରିଥିଲା ,୯୫ ରନ୍ ର ପିଛା କରି ଦମନଭୂମି, ସମସ୍ତ ୱିକେଟ୍ ହରାଇ ୫୦ ରନ୍ କରିପାରିଥିଲା।
ଉଦଘାଟନୀ ମ୍ୟାଚ୍ ରେ ଛଣଗିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପୂର୍ଣ୍ଣିମା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସରପଞ୍ଚ ମହୋଦୟା ଖେଳାଳୀ ମାନଙ୍କୁ ଗ୍ରାମାଞ୍ଚଳ କ୍ରୀଡ଼ା ର ବିକାଶ ଓ ଭାଈଚରା ମେରୁଦଣ୍ଡ ବୋଲି ବିବେଚନା କରିଥଲେ। ଓ ଉପସ୍ଥିତ ରହି ଖେଳ କୁ ଔପଭୋଗ କରିଥିଲେ। ଏହି ମ୍ୟାଚ୍ କୁ ସେଧସ୍ୱର୍ ସାମନ୍ତରାୟ ଓ ଶ୍ରୀ କାର୍ତ୍ତିକ ସାମନ୍ତରାୟ ପରିଚାଳନା କରିଥଲେ। ଆଦିକନ୍ଦ ମହାପାତ୍ର, ସମୀର ପାଇକରାୟ, କଲାନ୍ଦ୍ରି ମଙ୍ଗରାଜ, ଦିବ୍ୟାଲୋଚନ ହରିଚନ୍ଦନ , ଭାଗିରଥି ଚଂପତିରାୟ, ପ୍ରମୁଖ ସ୍ୱେଛାସେବୀ ମାନେ ସହଯୋଗ କରିଥିଲେ । ଏହି ମ୍ୟାଚର ମଳିପଡା ୪୪ରନ ବ୍ୟବ ଧାନରେ ବିଜୟୀ ହୋଇଥିଲେ। ମଳିପଡା ଟିମ୍ ର ଅଧିନାୟିକ ୫ୱିକେଟ୍ ନେଇ ମାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ।

Leave a Reply

Your email address will not be published.