Tuesday , March 28 2023
Breaking News
Home / କୃଷି / ବୈଜ୍ଞାନିକ ପଦ୍ଧତିରେ ଉନ୍ନତମାନର ମାଛଚାଷ କର୍ମଶାଳା

ବୈଜ୍ଞାନିକ ପଦ୍ଧତିରେ ଉନ୍ନତମାନର ମାଛଚାଷ କର୍ମଶାଳା

ଗରଦପୁର,୦୩/୦୨/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରୀୟ ମାଛ ଗବେଷଣା ଅନୁଷ୍ଠାନ ସହଯୋଗ ଓ ମା ବୁଢ଼ୀ ଜାଗୁଳାଇ ମାଛ ଉତ୍ପାଦନ କେନ୍ଦ୍ର , ଭଗବାନପୁର ଆନୁକୂଲ୍ୟରେ ମାଛ ଚାଷ ସମ୍ବଦ୍ଧିୟ ରୋଗ ପ୍ରତିରୋଧକ ଓ ବୈଜ୍ଞାନିକ ପଦ୍ଧତିରେ ଉନ୍ନତ ମାଛ ଉତ୍ପାଦନ  ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଗରଦପୁର ବ୍ଲକ୍ ଭଗବାନପୁର ଠାରେ ଆୟୋଜିତ ଏହି କର୍ମଶାଳାରେ କେନ୍ଦ୍ରୀୟ ମାଛ ଗବେଷଣା କେନ୍ଦ୍ରର ବୈଜ୍ଞ୍ୟାନିକ ଡ଼ ମିନାଲ ସାମନ୍ତ ଯୋଗଦେଇ ଗବେଷଣା କେନ୍ଦ୍ର ଦ୍ୱାରା ଓ ନିଜର ପ୍ରଚେଷ୍ଟା ବଳରେ ସିଫା  ବୃଡ଼୍ ନାମକ ଏକ ଔଷଧ ଉଦଭାବନ କରାଯାଇଛି । ଯାହାଦ୍ୱାରା ସବୁ ଋତୁରେ ମାଛ ପ୍ରଜନନ ହେବା ସହ ମାଛକୁ ମଧ୍ୟ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତ ରଖାଯାଇ ପାରିବ । ଏଥି ସହିତ ପ୍ରଚୁର ପରିମାଣରେ ମାଛ ବି ଉତ୍ପାଦନ  ହୋଇ ପାରିବ ।  ଫଳରେ ମାଛଚାଷୀମାନେ ଓ ଜାଆଁଳ ଉତ୍ପାଦନ  କେନ୍ଦ୍ର ସମେତ ହାଚେରୀ ମାଲିକମାନେ ଅର୍ଥନୈତିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ ହୋଇ ପାରିବେ ।  ସେହିପରି ରାଜ୍ୟ  ମାଛ ଉତ୍ପାଦନ ରେ ଆତ୍ମନିର୍ଭରଶୀଳ ହୋଇ ପାରିବା ସହ ପଡ଼ୋସୀ ରାଜ୍ୟ ଉପରେ ଆଉ ନିର୍ଭର କରିବ ନାହିଁ । ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନିକ ଡ଼ ଆସିଶ ଶାହା, ଡ଼ ମାନସ ସିହ୍ନା, ଜଗତସିଂହପୁର ଜିଲା ମତ୍ସ୍ୟ ଅଧିକାରୀ ଦୀପ୍ତିରଂଜନ ମହାପାତ୍ର, କେନ୍ଦ୍ରାପଡ଼ା ଜିଲା ମତ୍ସ୍ୟ ଅଧିକାରୀ ଶଶାଙ୍କ ଶେଖର ସାହୁ  ଓ ଜଗତସିଂହପୁର ଜିଲା ଅତିରିକ୍ତ ମତ୍ସ୍ୟ ଅଧିକାରିଣୀ ରେଶ୍ମାରାଣୀ ସିଂ ପ୍ରମୁଖ ଯୋଗଦେଇ ମାଛ ଚାଷ ଓ ଚାଷୀଙ୍କର କିଭଳି ଉନ୍ନତି ହୋଇ ପାରିବ , ସେ ନେଇ ଆଲୋଚନା କରିଥିଲେ । ଏହାଛଡ଼ା  ନୂତନ କରି କେନ୍ଦ୍ର ସରକାରଙ୍କ ପ୍ରଣିତ ପ୍ରଧାନ ମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ସମ୍ପର୍କରେ ଅବତାରଣା କରିବା ସହିତ ଗ୍ରାମାଂଚଳ କ୍ଷ୍ରୁଦ୍ର ଓ ମଧ୍ୟମ ଧରଣର ଚାଷୀ ଏହି ଯୋଜନାରେ କିପରି ଲାଭ ଉଠାଇ ପାରିବେ , ଆଲୋଚନା କରିଥିଲେ ।  ଏହି କର୍ମଶାଳାରେ ଉଭୟ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲାର ୨୦ ରୁ ଉଦ୍ଧ୍ୱର୍ ମାଛ ଚାଷୀ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । ମାଛ ମାନଙ୍କୁ ଔଷଧ ପ୍ରଦାନ , ରୋଗ ପ୍ରତିରୋଧକ ପ୍ରଣାଳୀ ସହିତ  ମାଛ ଜାଆଁଳ ଉତ୍ପାଦନ  ଓ ଅଧିକ ଅମଳକ୍ଷମ ମାଛ ଚାଷ ସମ୍ପର୍କରେ ଉପସ୍ଥିତ ବୈଜ୍ଞାନିକମାନେ କ୍ଷେତ୍ରୀୟ ତାଲିମ ମାଧ୍ୟମରେ ପ୍ରଶିକ୍ଷଣ ଦେଇଥିଲେ । ହାଚେରୀ ର ଉପଦେଷ୍ଟା କମଳାକାନ୍ତ ସ୍ୱାଇଁ  ବିବରଣୀ ପାଠ ସହ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ହାଚେରୀ ର ମୁଖ୍ୟ ପରିଚାଳିକା ଜୀନା ପରିଡ଼ା ଧନ୍ୟବାଦ ଅର୍ପଣ , ଆଇଟି ସେଲ ର ସଂଯୋଜିକା  କୁମାରୀକା ପତି ଓ ଲିଲିମା ପ୍ରିୟଦର୍ଶିନୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published.