ଯାଜପୁର, ୦୩ /୦୨/୨୦୨୩ (ଓଡ଼ିଶା ସମାଚାର /ସୁରେଶ କୁମାର କର):- ଦଶରଥପୁର ଅଞ୍ଚଳର ଅଗ୍ରଣୀ ସାହିତ୍ୟିକ ଅନୁଷ୍ଠାନ ଜୟ ମା ବିରଜା ସାହିତ୍ୟ ସଦନ (ଉତ୍କଳ ମାଟି)ଲାଲବାଗ ଆନୁକୂଲ୍ୟରେ ଅନୁଷ୍ଠାନର ଚତୁର୍ଥ ବାର୍ଷିକ ସ୍ବ-ନକ୍ଷତ୍ର ଦିବସ ଗତକାଲି ଅନୁଷ୍ଠିତ ହୋଇ ଯାଇଛି ।
‘ବିରଜାପ୍ରଭା'(ଇ) ପତ୍ରିକା ପ୍ରଥମ ସଂସ୍କରଣର ଉନ୍ମୋଚନରେ ସଦନର ସମ୍ପାଦକ ଉମାକାନ୍ତ ଦାସ ,ମୁଖ୍ୟ ଅତିଥି ଅଭିନନ୍ଦନ ଖବର କାଗଜ ବାଲେଶ୍ୱର ର ସମ୍ପାଦକ ଇଂ ତଥା ସାହିତ୍ୟିକ ଜଗଦୀଶ ମିଶ୍ର , ଉପସଭାପତି ସୁରେନ୍ଦ୍ର ନାଥ ପରିଡ଼ା,ଉପଦେଷ୍ଟା ମନୋରମା ମହାନ୍ତି, ବରେଣ୍ଯ ଅତିଥି ନରେନ୍ଦ୍ର କୁମାର ଦାସ ,ଅଚ୍ୟୁତାନନ୍ଦ ମଲ୍ଲିକ, ଅମର ନାଥ ବାରିକ୍ ,ଉଦ୍ଘାଟକ ଶରତ ଚନ୍ଦ୍ର ପଣ୍ଡା, କୁମୁଦିନୀ ଦ୍ବିବେଦୀ ,ପ୍ରାଣବନ୍ଧୁ ରାଉତ ,ଉମାକାନ୍ତ ଧଳ ,ଧୀରେନ୍ଦ୍ର ମଲ୍ଲିକ,ସୀତାଂଶୁ ଜେନା,ନିର୍ମଳ ପତି,କାର୍ତ୍ତିକ ଜେନା ଓ ନବ କୁମାର ଦାସ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ପର୍ଯ୍ୟବେକ୍ଷକ ନବ କୁମାର ଦାସ ଅତିଥିଙ୍କୁ ସ୍ୱାଗତ କରିବା ସହିତ ପରିଚୟ ପ୍ରଦାନ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ୯୫ ପୃଷ୍ଠାର ପତ୍ରିକାଟି ଉନ୍ମୋଚନ ହେବା ସହିତ ବରିଷ୍ଠ କବି ୫୦ଜଣଙ୍କୁ ,ପ୍ରତିଭା ସମ୍ନାନ ୯୭ ଜଣଙ୍କୁ , ସଂଗଠକ ସମ୍ମାନ ୯ ଜଣଙ୍କୁ ,ବରିଷ୍ଠ ବ୍ଯକତ୍ବ ସମ୍ମାନ ୮ଜଣଙ୍କୁ ଏବଂ କୁନି ସାହିତ୍ୟ ତାରାକା ୭ ଜଣଙ୍କୁ ସମ୍ବର୍ଦ୍ଧିତ କରି ବିଭିନ୍ନ କବିମାନଙ୍କ ଦ୍ବାରା କବିତା ପାଠର ଆୟୋଜନ ହୋଇ ଆଭାଷି ସଭାଟି ଖୁବ୍ ଆନନ୍ଦ ଉଲ୍ଲାସରେ ପାଳିତ ହୋଇ ଥିଲା ଯେଉଁଥିରେ ଅଧ୍ୟାପିକା କୁମୁଦିନୀ ଦ୍ବିବେଦୀ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଭାରତୀ ସାହୁ ସ୍ବାଗତ ସଂଗୀତରେ ସଭାଟିକୁ ଶୁଭାରମ୍ଭ କରାଇଥିବା ବେଳେ ଅନୁଷ୍ଠାନର ଯୁବ କବି ଅକ୍ଷୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।