Tuesday , March 28 2023
Breaking News
Home / କୃଷି / ପାଣି ପଞ୍ଚାୟତ ପକ୍ଷ ପାଳନ

ପାଣି ପଞ୍ଚାୟତ ପକ୍ଷ ପାଳନ

ଜୁନାଗଡ,୦୩ /୦୨/୨୦୨୩ (ଓଡ଼ିଶା ସମାଚାର ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ ଜଳସମ୍ପଦ ବିଭାଗ ପରିସରରେ ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବିଭାଜନ ସ୍ତରୀୟ ସମାରୋହ ଆୟୋଜିତ୍ ହୋଇଯାଇଛି । ଏହି ପାଣି ପଂଚାୟତ ପାଳନ ପକ୍ଷ ଅବସରରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ଉପଖଣ୍ଡ ନମ୍ବର ୨, ଭବାନୀପାଟଣା ବ୍ଲକ ଓ କେସିଙ୍ଗା ବ୍ଲକ ୩୬ ଗୋଟି ପାଣି ପଞ୍ଚାୟତ ସଦସ୍ୟ ଉପସ୍ଥିତ ଥିଲେ । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେର ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଆକାଂକ୍ଷା ଖର୍ସେଲ (AEE), ଅଶୋକ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ କୃଷି ଜ଼ିଲ୍ଲା ଅଧିକାରୀ ନାରାୟଣ ଉପାଧ୍ୟାୟ,ନିତ୍ୟାନନ୍ଦ ପ୍ରଧାନ (AE), ହିମାନଚଳ ବେହେରା (AE) ପ୍ରମୁଖ ଯୋଗଦାନ କରିଥିଲେ । ସଭାରେ ନୃସିଂହ ପ୍ରସାଦ ମହାନ୍ତି (AE) ସଭାପତିତ୍ୟ କରିଥଲେ । ଆଗାମୀ ଦିନ ରେ ୧୫୨୬୦ ହେକ୍ଟର ଜମିକୁ ପାଣି ଯୋଗଇଦେବାକୁ ଯୋଜନା ରହିଛି ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ  ।

Leave a Reply

Your email address will not be published.