Tuesday , March 28 2023
Breaking News
Home / ତାଜା ଖବର / ପଥର ବୋଝେଇ ଟ୍ରକ ସହିତ ଡ଼୍ରାଇଭର, ଗାଡି ମାଲିକ ଓ ଛାପାଖାନା ମାଲିକ ଗିରଫ-

ପଥର ବୋଝେଇ ଟ୍ରକ ସହିତ ଡ଼୍ରାଇଭର, ଗାଡି ମାଲିକ ଓ ଛାପାଖାନା ମାଲିକ ଗିରଫ-

ଜାଲ ୱାଇ ଫର୍ମ ଧରି ପଥର ଗାଡି ଚାଳନ ଘଟଣା –

ନିରାକାରପୁର, ୦୩ /୦୨/୨୦୨୩ (ଓଡ଼ିଶା ସମାଚାର)-ବର୍ତ୍ତମାନ ଫେବୃଆରୀ ମାସ ଚାଲିଥିବାବେଳେ ଟାଙ୍ଗୀ ଓ ଖୋର୍ଦ୍ଧା ତହସିଲ ଅଞ୍ଚଳ ରେ ନିଲାମ ଦିଆ ଯାଇଥିବ ସମସ୍ତ ମାଙ୍କଡ ପଥର ଖଣିର ନିଲାମ ଶେଷ ହେବାକୁ ବସିଥିବାବେଳେ ପ୍ରାୟତଃ କାହାରି ପାଖରେ ୱାଈ ଫର୍ମ ନ ଥିବାବେଳେ କିଛି ଗାଡି ମାଲିକ ମାନେ ନକଲି ୱାଇ ଫର୍ମ ଛାପି ବିନଦାସ ରେ ଚୋରା ପଥର ଚାଲାଣ କରାଯାଉଛି। ଗତ କାଲି ଏକ ପଥର ବୋଝେଇ ଟ୍ରକ କୁ ନିରାକାରପୁର ଆଇଆଇସି ଗୀତାଞ୍ଜଳୀ ନାୟକ ଜବତ କରିଥିବାବେଳେ ଡ଼୍ରାଇଭର ରଣପୁର ତହସିଲର ୱାଇ ଫର୍ମ ଦେଖାଇବା ରୁ ଆଇଆଇସି ଙ୍କ ସନ୍ଦେହ ହୋଇଥିଲା। ପରେ ସେ ରଣପୁର ତହସିଲ ରୁ ସୂଚନା ପାଇଥିଲେ ଯେ ଏହା ନକଲି। ପରେ ପଥର ବୋଝେଇ ଟ୍ରକ ନ ଓଆର ୦୯ଏଫ ୯୨୨୯ କୁ ଜବତ କରିବା ସହିତ ଡ଼୍ରାଇଭର ବଳରାମ ବେହେରା, ଗାଡି ମାଲିକ କେଦାରନାଥ ଦାସ ଓ ଯେଉଁ ଛାପାଖାନା ଏହି ନକଲି ଫର୍ମ ଛପା ହେଉଥିଲା ତାର ମାଲିକ ସୁଶାନ୍ତ ପ୍ରଧାନ କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published.