Sunday , March 26 2023
Breaking News
Home / ଶିକ୍ଷା / ଏଲନିସ ମିଶନ୍ ସ୍କୁଲ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ  

ଏଲନିସ ମିଶନ୍ ସ୍କୁଲ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ  

ଜୁନାଗଡ, ୦୩ /୦୨/୨୦୨୩ (ଓଡ଼ିଶା ସମାଚାର /ରାକେଶ ବେମାଲ) – କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ସହର ସ୍ଥିତ ଏଲନିଶି ମିଶନ ଇଂଲିଶ ମିଡ଼ିଅମ ସ୍କୁଲ ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସର ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ଉପ ଜ଼ିଲ୍ଲାପାଳ ଶ୍ରୀ ବେଦଭୂଷଣ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ତେହସିଲଦାର୍ ଶ୍ରୀ ଉପେନ୍ଦ୍ର ଲୁହା, ଜୁନାଗଡ ନଗରପାଳ ମୁକେଶ ଅଗ୍ରୱାଲ, ସ୍କୁଲ ପରିଚାଳକ ଶ୍ରୀ ଜଏ.କେ.କୁଟୀ ପ୍ରମୁଖ ଯୋଗଦାନ କରିଥିଲେ । ସଭାରେ ସ୍କୁଲ ର ଅଧ୍ୟକ୍ଷ ମିଲଟନ ସୁନା ସଭାପତିତ୍ୱ କରିଥିଲେ । ଆଗାମୀ ଦିନ ରେ ବିଦ୍ୟାଳୟ ରେ ଶିକ୍ଷା ର ମାନ ଆହୁରି ବୃଦ୍ଧି କରିବା ସହ ଡିଜିଟାଳାଇଜେସନ, ଖେଳ, ଆକଟିଭିଟି ମାଧ୍ୟମ ରେ ଶିକ୍ଷା ଦାନ ବୃଦ୍ଧି କରାଯିବ ବୋଲି ବିଦ୍ୟାଳୟ ପରିଚାଳକ ଶ୍ରୀ. ଜଏ.କେ.କୁଟୀ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷକ ଜନ୍ମେଜୟ ପଣ୍ଡା, ଭିକାରି ନାଏକ ପ୍ରମୁଖ ସହାୟତା କରିଥିଲେ ।

Leave a Reply

Your email address will not be published.