କଟକ ସଦର, ୦୩ /୦୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାରଙ୍କ ନିତି ନିୟମକୁ କଡାକଡି ଭାବେ ଅନୁପାଳନ କରି ଅଯୋଗ୍ୟ ଙ୍କୁ ବାଦ୍ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରିବା ଦାବିରେ କଟକ ସଦର ବିଜେପି ପକ୍ଷରୁ ଆଜି (ଶୁକ୍ରବାର ଦିନ) ସଦର ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ସଦର ବିଜେପି ନେତା ତଥା ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକଙ୍କ ନେତୃତ୍ୱରେ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ଜିଲ୍ଲା ସାଧାରଣ ସମ୍ପାଦକ ନିର୍ମଳ ଦାସ, ଜିଲ୍ଲା ଉପସଭାପତି ଗୋକୁଳ ଚନ୍ଦ୍ର ପ୍ରଧାନ,କନ୍ଦରପୁର ମଣ୍ଡଳ ସଭାପତି ଅଭୟ ସ୍ୱାଇଁ,୪୨ ମୈ।ଜା ମଣ୍ଡଳ ସଭାପତି ପିୟୁଷ ରଂଜନ ପରିଡ଼ା, ଆଲୋକ ମହାନ୍ତି, ପ୍ରଦୀପ ବେହେରା, ଚିତ୍ତରଂଜନ ସ୍ୱାଇଁ, ମାମିନା ମହାନ୍ତି,ଅନିମା କର, ମନୋରଞ୍ଜନ ପତି,ରାକେଶ ସ୍ୱାଇଁ, ରବିନ୍ଦ୍ର ମହାଲିକ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଓ କର୍ମୀ ଏଥିରେ ସାମିଲ ହୋଇଥିଲେ।