କେନ୍ଦ୍ରାପଡ଼ା, ୦୨/୦୨/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଂଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ସହିତ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲାର ଜଗତପୁରସ୍ଥିତ ସଦଗୁରୁ ହସପିଟାଲର ସୂନାମଧନ୍ୟ କର୍କଟରୋଗ ବିଶେଷଜ୍ଞ ଡା. ସୌମ୍ୟରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଭେହଜ, ସ୍ତ୍ରୀ ଓ ପ୍ରସୁତି, ଶିଶୁ ଏବଂ ଚକ୍ଷୁ ବିଭାଗର ବିଶେଷଜ୍ଞ ଓ ଡାକ୍ତରମାନେ ଯୋଗଦେଇ ଶତାଧିକ ସ୍ଥାନୀୟ ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେଇଥିବା ଏହି ସ୍ୱାସ୍ଥ୍ୟସେବା ଶିବିରକୁ ବରିଷ୍ଠ ସମବାୟବୀତ ପ୍ରମୋଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏଥିସହିତ ଶିବାନନ୍ଦ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ମହିଳା ସମାବେଶରେ ଜିଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ଜିଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅନିରୁଦ୍ଧ ବେହେରା, ପୂର୍ବତନ ସରପଂଚ ଗାୟତ୍ରୀ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ଜିଲାର ବିଭିନ୍ନ ପ୍ରାନ୍ତରରୁ ଯୋଗଦେଇଥିବା ପ୍ରତିଯୋଗୀ ମହିଳାମାନଙ୍କ ମଧ୍ୟରେ ଗୀତା, ଭାଗବତ ଓ ଲକ୍ଷ୍ମୀପୁରାଣ ପାଠ ସହିତ ଭଜନ, ଜଣାଣ, ସଂଗୀତ ଓ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ଜଜ୍ ଭାବରେ ଡଃ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟ, କରୁଣାକର ଦାସ ଓ ଶ୍ରୀଧର ରାଉତ ପ୍ରମୁଖ ଯୋଗଦେଇଥିଲେ । ଅତିଥିମାନଙ୍କ ଦ୍ୱାରା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବୀତରଣ କରାଯାଇଥିଲା । ବିଗତ ଦୁଇଦିନ ଧରି ଗରାପୁରର ଶିବାୟ ଟୁ୍ୟଟୋରିଆଲ, ତିନିମୁହାଣିର ନୁ୍ୟ ଷ୍ଟାର ଡ୍ୟାନ୍ସ ଏକାଡେମୀ ଓ ଗୁରୁକୂଳ ଶିକ୍ଷା ନିକେତନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ, ସଂଗୀତ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତି ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯାଇଥିଲା ।