Tuesday , March 28 2023
Breaking News
Home / ବିଶେଷ / ବଦଳିଲା ଓଡ଼ିଶା ଅଗ୍ନିଶମ ସେବା ନାମ,  ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ହେଲା

ବଦଳିଲା ଓଡ଼ିଶା ଅଗ୍ନିଶମ ସେବା ନାମ,  ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ହେଲା

ଭୁବନେଶ୍ୱର, ୦୨ /୦୨/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟ ସରକାର ‘ଓଡ଼ିଶା ଅଗ୍ନିଶମ ସେବା’ର ନାମ ପରିବର୍ତ୍ତନ କରି ଏହାର ନୂଆ ନାମ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ନାମ ରେ ନାମିତ କରିଛନ୍ତି। ଏନେଇ ବିଧିବଦ୍ଧ ଭାବେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ‘ଓଡ଼ିଶା ଅଗ୍ନିଶମ ସେବା’ ବିଭାଗ ଅତୀତରେ ଉଲ୍ଲେଖନୀୟ କାମ କରିଛି। ବିପର୍ୟ୍ୟୟ ସମୟରେ ଏହି ବିଭାଗରେ କାର୍ୟ୍ୟରତ କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ନିୟୋଜିତ ହୋଇଥାନ୍ତି। ବନ୍ୟା, ବାତ୍ୟା ତଥା ଅନ୍ୟ ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଆଗ୍ନିକମାନେ ଯୁଦ୍ଧକାଳୀନ ଭିତ୍ତିରେ ନିୟୋଜିତ ହୋଇ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ୟ୍ୟ ଜାରି ରଖିଥାନ୍ତି। ବିଭାଗର ନାମ କେବଳ ଅଗ୍ନିଶମ ସେବା ରହିଥିବାରୁ ଅଗ୍ନିଶମ ସହିତ ଜରୁରୀକାଳୀନ ସେବା କୁ ମିଶାଇ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ନାମ ରେ ନାମିତ କରାଯାଇଛି ।

Leave a Reply

Your email address will not be published.