ଭୁବନ,୦୨/୦୨/୨୦୨୩ (ଓଡ଼ିଶା ସମାଚାର)- ରେଙ୍ଗାଳି ବାମ କେନାଲ , ଡୁବୁରି , ଯାଜପୁର ଆନୁକୂଲ୍ୟରେ ଓ ଜଳ ସଂପଦ ବିଭାଗ ସହଯୋଗରେ ଭୁବନ ବ୍ଲକ ଧଳପଡା ପଂଚାୟତର ଅନଳ ଗ୍ରାମରେ ପାଣି ପଂଚାୟତ ପକ୍ଷ ପାଳିତ ହୋଇଯାଇଛି । ବିଭାଜନ ନମ୍ବର -୨ ଡୁବୁରି ଅଧିକ୍ଷଣ ଯନ୍ତ୍ରୀ ଇଂ କବି ପ୍ରସାଦ ନାଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସମାବେଶରେ ଭୁବନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ମୁଖ୍ୟବକ୍ତା ଭାବେ ଜାଇକା ପ୍ରକଳ୍ପ -୨ ଯାଜପୁରରୋଡ ର ଅତିରିକ୍ତ ମୁଖୟଯନ୍ତ୍ରୀ ଇଂ ସଂଜୀବ କୁମାର ନାୟକ ଏବଂ ସମ୍ମାନୀତ ଅତିଥି ଭାବେ ନିର୍ମାଣ ବିଶେଷଜ୍ଞ ଇଂ ଧନେଶ୍ୱର ସାହୁ ,କୃଷି ବିଭାଗ ବିଶେଷଜ୍ଞ ଇଂ ପ୍ରଭାତ ରଂଜନ ଦାସ, କୃଷି ବିଭାଗ ଉପନିର୍ଦ୍ଧେଶକ ଇଂ ବଂଶୀଧର ସ୍ୱାଇଁ , ଜିଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ପ୍ରମୁଖ ଯୋଗଦେଇ କୃଷି ଓ କୃଷକ ଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଏହି ସମାବେଶରେ ୧୬ଟି ପଂଚାୟତର ପାଣି ପଂଚାୟତ କର୍ମକର୍ତା ଓ ଶତାଧିକ କୃଷକ ଯୋଗଦେଇଥିଲେ ।