Tuesday , March 28 2023
Breaking News
Home / ବିଶେଷ / ନୂଆ ପରିବା ହାଟ ଖୋଲିବା ପରେ କୁସୁପୁର ବାସୀ ଙ୍କ ମଧ୍ୟରେ  ଆନନ୍ଦ 

ନୂଆ ପରିବା ହାଟ ଖୋଲିବା ପରେ କୁସୁପୁର ବାସୀ ଙ୍କ ମଧ୍ୟରେ  ଆନନ୍ଦ 

ସାଲେପୁର, ୦୨ /୦୨/୨୦୨୩ (ଓଡିଶା ସମାଚାର/ ଅଭୟ ଜେନା )- ସାଲେପୁର ବ୍ଲକ ଭୀମଦାସପୁର ଗ୍ରାମପଞ୍ଚାୟତ କୁସୁପୁର ରଥକଳ ଛକରେ ଏକ ନୂତନ ସାପ୍ତାହିକ ପରିବା ହାଟ ବୁଧବାର ଉଦ୍‌ଘାଟିତ ହୋଇଯାଇଛି । ଭୀମଦାସପୁର ସରପଞ୍ଚ ନଳିନୀପ୍ରଭା ନାୟକ, ସମିତିସଭ୍ୟା ପ୍ରଭାତୀ ସେଠୀ, ଓଡାସିଂହ ପଞ୍ଚାୟତ ସରପଞ୍ଚ ଜ୍ୟୋତିରେଖା ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ହାଟକୁ ଲୋକାର୍ପିତ କରିଥିଲେ । ହାଟ ଉଦ୍‌ଘାଟନ ସମୟରେ ହାଟ କମିଟିର ସଭାପତି, ସଂପାଦକ, କୋଷାଧ୍ୟକ୍ଷଙ୍କ ସହିତ ଆଜାଦ୍‌ ଆକବରୀ କ୍ଲବର ସଂପାଦକ, ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ ।

ସପ୍ତାହର ପ୍ରତ୍ୟେକ ବୁଧବାର ଓ ଶନିବାର ଏହି ହାଟ ବସିବ । ପ୍ରଥମ ଦିନ ଏହି ହାଟରେ ଆଖାପାଖ ଅଞ୍ଚଳର ବହୁ ପରିବା ବ୍ୟବସାୟୀ ଯୋଗଦେଇଥିବା ବେଳେ ଗ୍ରାହକମାନଙ୍କର ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଅଞ୍ଚଳରେ ବହୁ ପରିମାଣରେ ପରିବା ଚାଷ ହେଉଛି । ତେଣୁ ଚାଷୀ ଓ ଖାଉଟିଙ୍କ ସୁବିଧା ଦୃଷ୍ଟିରୁ କୁସୁପୁର ଠାରେ ଖୋଲିଥିବା ଏହି ସାପ୍ତାହିକ ହାଟ ଆଗାମୀ ଦିନରେ ବ୍ୟବସାୟୀ ଦୃଷ୍ଟିରୁ ଚାଷୀଙ୍କ ରୋଜଗାର ବୃଦ୍ଧିରେ ସହାୟକ ହୋଇପାରିବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ମତ ଦେଇଛନ୍ତି ।

Leave a Reply

Your email address will not be published.