କବିତା ପାଠରେ ଭାଗ ନେବାପାଇଁ ଇଛୁକ କବି ଏବଂ କବୟତ୍ରୀ ମାନେ ଆବେଦନ କରିବାକୁ ଆହ୍ୱାନ
ଯାଜପୁର,୦୨/୦୨/୨୦୨୩ (ଓଡ଼ିଶା ସମାଚାର)- ନବମ ଯାଜପୁର ଜିଲା ମହୋତ୍ସବ ୮ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଜିଲା ସଦର ମହକୁମାର ବାଳାଶ୍ରମ ପଡିଆ ଠାରେ ଅନୁଷ୍ଠିତ ହେବ । ଉତ୍ସବକୁ ସରସ ସୁନ୍ଦର ବୋଧଗମ୍ୟ ଏବଂ ଆକର୍ଷଣୀୟ କରିବା ନିମନ୍ତେ ଜିଲାର ଅଧିବାସୀ ମାନଙ୍କ ମଧ୍ୟରେ ଆସନ୍ତା ୧୧ ତାରିଖରେ ଏକ କବିତା ପାଠୋତ୍ସବ ଆୟୋଜନ କରାଯିବ । ଏହି କବିତା ପାଠୋତ୍ସବରେ ଯୋଗ ଦେବାପାଇଁ ଇଛୁକ କବି ମାନେ dcojajpur@gmail.com ରେ ସେମାନଙ୍କର କବିତା ପଠାଇବାକୁ ଜିଲା ସଂସ୍କୃତି ଅଧିକାରୀ ଶ୍ରୀ ଦୁର୍ଯେ୍ୟାଧନ ମଲ୍ଳ୍ିକ ସୂଚନା ଦେଇଛନ୍ତି । ଇଛୁକ କବି ଓ କବୟତ୍ରୀ ମାନେ ଯାଜପୁର ଜିଲାର ଅଧିବାସୀ ହୋଇଥିବେ । ବିଗତ ପାଂଚ ବର୍ଷ ମଧ୍ୟରେ ଅନୁନ୍ୟ ଗୋଟିଏ କବିତା ସଂକଳନ ପ୍ରକାଶିତ ହୋଇଥିବ ଏବଂ କବିତାଟି କୌଣସି ଆକ୍ଷେପ ମୂଳକ ବା ନକରାତ୍ମକ କବିତା ହୋଇ ନ ଥିବା ବାଂଛନୀୟ ଅଟେ ।