Tuesday , March 28 2023
Breaking News
Home / ଶିକ୍ଷା /  ଆସନ୍ତା କାଲି ଜୟପୁର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 ଆସନ୍ତା କାଲି ଜୟପୁର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କୋରାପୁଟ,୦୨/୦୨/୨୦୨୩ (ଓଡ଼ିଶା ସମାଚାର)- ଆସନ୍ତା କାଲି ଦକ୍ଷିଣ ଓଡିଶାର ସର୍ବପୁରାତନ ବିକ୍ରମ ଦେବ ମହାବିଦ୍ୟାଳୟର ଡାଇମଣ୍ଡ ଜୁବୁଲୀ । ହୀରକ ଜୟନ୍ତୀ ଅବସରରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ବିଶେଷ କରି ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପୂର୍ବରୁ ୧୯୪୭ ମସିହା ରେ ପ୍ରତିଷ୍ଠା ହୋଇଥିବା ଦକ୍ଷିଣ ଓଡିଶାର ସର୍ବପୁରାତନ ବିକ୍ରମ ଦେବ ମହାବିଦ୍ୟାଳୟ କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରାପ୍ତ ପାଇଁ ଅଞ୍ଚଳବାସୀ , ବିକ୍ରମ ଦେବ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ, ପୂର୍ବତନ ଛାତ୍ର ଏବଂ ଛାତ୍ରଛାତ୍ରୀଙ୍କ ଦୀର୍ଘ ଦିନ ର ଦାବି ତଥା ସ୍ୱପ୍ନ କୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ମହାବିଦ୍ୟାଳୟରେ ଏବେ ୧୬ଟି ପିଜି ପାଠ୍ୟକ୍ରମ, ୧୭ଟି ୟୁଜି ପାଠ୍ୟକ୍ରମ ସହିତ ବିବିଏ, ବିସିଏଓ ବିଇଡି ଆଦି ପାଠ୍ୟକ୍ରମ ଜାରି ରହିଛି।

ବର୍ତ୍ତମାନ ଚାରି ହଜାର ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ କଲେଜ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛି। ବର୍ତ୍ତମାନ ଏହି ନୂଆ ବିଶ୍ୱବିଦ୍ୟାଳୟ ହେବା ଦ୍ଵାରା କୋରାପୁଟ ,ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ହଜର ହଜାର ଛାତ୍ରଛାତ୍ରୀ ଉପକୃତ ହେବେ। ଦକ୍ଷିଣ ଓଡ଼ିଶାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀଙ୍କର ପ୍ରଥମ ପସନ୍ଦ ଥିଲା ବିକ୍ରମ ହେବ କଲେଜ । ଏଠାରେ ବହୁ ଛାତ୍ରଛାତ୍ରୀ ପାଠ ପଢି ଦେଶ ବିଦେଶରେ ପ୍ରତିଷ୍ଠିତ ହୋଇପାରିଛନ୍ତି । ଡାଇମଣ୍ଡ ଜୁବଲୀକୁ ଧୁମଧାମରେ ପାଳନ କରିବାକୁ ଆଲୁମିନି ଆସୋସିଏସନ ବ୍ୟାପକ ପ୍ରସ୍ତୁତି କରିଛି । ସମସ୍ତ ପୁରାତନ ଛାତ୍ର ସଂଘ ଓ କଲେଜ କତ୍ତୃପକ୍ଷ ମିଳିତଭାବେ ପ୍ରସ୍ତୁତି କରୁଛନ୍ତି । ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଉଥିବାରୁ ସ୍ବତନ୍ତ୍ର ଆୟୋଜନ କରାଯାଇଛି ।

Leave a Reply

Your email address will not be published.