ଖୋର୍ଦ୍ଧା,୧/୨/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) : ଖୋର୍ଦ୍ଧା ରୋଡ ରେଳଡିଭିଜନ ନିରାକାରପୁର ଜି.ଆର.ପି ଫାଣ୍ଡି ଅନ୍ତର୍ଗତ କାଳୁପଡା ଷ୍ଟେସନ ଠାରୁ ଚୋରି । ଜି.ଆର.ପି ଫାଣ୍ଡି ରେ ଅଭିଯୋଗ ପରେ ମାମଲା ରୁଜ୍ଜୁ ଓ ପୋଲିସର ତଦନ୍ତ ଜାରି।ସୂଚନାରୁ ଜଣାପଡିଛି ଜାନୁଆରୀ ୨୮ତାରିଖରେ ଗଣେଶ ଚନ୍ଦ୍ର ମୁଦୁଲି ନାମକ ଜଣେ ଯୁଵକ ହିରାଖଣ୍ଡ ଏକ୍ସପ୍ରେସ ରେ ରିଜରଭେସନ କରି କୋରାପୁଟ ରୁ ଭୂବନେଶ୍ୱର ଆସୁଥିବା ବେଳେ ସେ ଶୋଇ ପଡିଥିଲେ । ଲୁଟେରା ଜଣଙ୍କ ସୁଯୋଗ ଉଣ୍ଡି କାଳୁପଡା ଷ୍ଟେସନଠାରେ ତାଙ୍କର ଲାପଟପ ଥିବା ଏୟାର ବ୍ୟାଗ ଚୋରି ହୋଇଥିଲା।ସେଥିରେ ଥିଲା ଲିନୋଭା ଲାପଟପ, ଓପୋ ମୋବାଇଲ ଫୋନ ଓ ସମସ୍ତ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ।ଗଣେଶ ଟ୍ରେନରେ ବହୁ ଖୋଜାଖୋଜି କରିବା ପରେ ବ୍ୟାଗଟି ନପାଇବାରୁ ନିରାକାରପୁର ଜି.ଆରପି ଫାଣ୍ଡି ରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ତଦନ୍ତ କାରୀ ଅଧିକାରୀଣୀ ଇନ୍ଦୁମତି ଶୁକ୍ଳା ସୂଚନା ଦେଇଛନ୍ତି।