ନିରାକାରପୁର, ୦୧ /୦୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ଦେବଙ୍କ ପୀଠରେ ୪୮ ତମ ବିଶ୍ଵଶାନ୍ତି ମହାଯଜ୍ଞ ମହାସମାରୋହରେ ଆରମ୍ଭ କରାଯାଇଛି। ସିଦ୍ଧେଶ୍ୱର, ରାଇଗୁରୁପୁର, ଗୋପିନାଥପୁର, ଲେଣ୍ଡୋ, ସାମନ୍ତରାପୁର ତଥା ନିକଟସ୍ଥ ବହୁ ଶ୍ରଦ୍ଧାଳୁ କଳଶ ଯାତ୍ରାରେ ଯୋଗଦାନ କରି ଚୁପୁରିଙ୍ଗସ୍ଥ ଦୟାନଦୀ ତୀର୍ଥରୁ ବହୁ ଆଡ଼ମ୍ବରରେ ଶୋଭାଯାତ୍ରାରେ ଆସି ଯଜ୍ଞାରମ୍ଭ କରାଯାଇଛି। ପ୍ରଭୁ ସିଦ୍ଧେଶ୍ୱର ପଶ୍ଚିମେଶ୍ବର ମହାଦେବଙ୍କ ମହିମାରେ ବହୁ ଶ୍ରଦ୍ଧାଳୁ ସିଦ୍ଧି ଲାଭ କରି ରାଜ୍ୟ ଏବଂ ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛନ୍ତି। ଏହି ମହାଯଜ୍ଞ ତା ୦୧/୦୨/୨୦୨୩ ରିଖରୁ ତା ୦୫/୦୨/୨୦୨୩ ରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହେବ। ଏହାକୁ ରାଇଗୁରୁପୁର ଗ୍ରାମବାସୀ ବୃନ୍ଦଙ୍କ ଦ୍ବାରା ପରିଚାଳନା କରାଯାଉଅଛି।