କେନ୍ଦ୍ରାପଡ଼ା, ୦୧/୦୨/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ଇନ୍ଦୁପୁର ଗ୍ରାମ୍ୟ ଉତ୍ସବ ପାଳନ ଅବସର ରେ ଇନ୍ଦୁପୁର ସ୍ଥିତ ସାଂସ୍କୃତିକ ଅନୁଷ୍ଠାନ ପାୟଲ ମ୍ୟୁଜିକ ତରଫ ରୁ ଶିକ୍ଷା କ୍ଷେତ୍ର ରେ ଅତୁଳନୀୟ ଅବଦାନ ପାଇଁ ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ମୀର ସମସୁଲ ହକ୍ ଙ୍କୁ ଶିକ୍ଷକ ଗୌରବ ସମ୍ମାନ ରେ ସମ୍ମାନିତ କରାଯାଇଅଛି। ଏହି ସମ୍ମାନ ସମ୍ପାଦକ ଦେବାଶିଷ ସାମଲ ଓ ସଭାପତି ନୀଳମାଧବ ପତି ଙ୍କ ଉପସ୍ଥିତି ରେ ବରିଷ୍ଠ ରାଜନେତା ଓ ଅନ୍ତରାଷ୍ଟ୍ରୀୟ କବି ଶ୍ରୀଯୁକ୍ତ ପ୍ରସନ୍ନ କୁମାର୍ ପାଟଶାଣୀ ଙ୍କ ଠାରୁ ଗ୍ରହଣ କରିଥିଲେ। ଶିକ୍ଷକ ମୀର ସମସୁଲ ହକ୍ ଏକାଧାର ରେ ଜଣେ ତ୍ରିଭାଷୀ କବି, ଭାଷ୍ୟକାର ଏବଂ ଜଣେ ଆଦର୍ଶ ତଥା ଲୋକପ୍ରିୟ ଶିକ୍ଷକ ରୂପେ ସାରା ଜିଲ୍ଲା ରେ ସୁନାମ ଅର୍ଜନ କରିଛନ୍ତି ।
ଶ୍ରୀ ହକ୍ କେନ୍ଦ୍ରାପଡା ଜିଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡକୁଡ଼ା ପଞ୍ଚାୟତ ର ନିବାସୀ ମୀର୍ ନୁରୁଲ୍ ହକ୍ ଙ୍କ ଏକ ମାତ୍ର ପୁଅ ଅଟନ୍ତି।