କେନ୍ଦ୍ରାପଡ଼ା, ୦୧/୦୨/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ମେଡିକାଲ ବଂଚଅ ଦାବିରେ ଗତ ୧୭ତାରିଖରେ କେନ୍ଦ୍ରାପଡା ସହର ବନ୍ଦ ଅର୍ଭୁତପୂର୍ବ ଭାବେ ସଫଳ ହେବା ପରେ ମିଳିତ କ୍ରୀୟାନୁଷ୍ଠାନ କମିଟି ଆହ୍ୱାନ କ୍ରମେ ଗତ ୨୪ତାରିଖରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ଅନିର୍ଦ୍ଧିଷ୍ଟକାଳ ଗଣଧାରଣା ଆଜି ସପ୍ତମ ଦିନରେ ପହଂଚିଛି । ପ୍ରତିଦିନ ପ୍ରାୟ ୫ଶହରୁ ଉଦ୍ଧ୍ୱର୍ ମହିଳାଙ୍କ ସମେତ ବିଭିନ୍ନ ବର୍ଗର ବୁଦ୍ଧିଜିବୀ, ରାଜନୈତିକ ବ୍ୟକ୍ତି ବିଶେଷ ଏହି ଆନ୍ଦୋଳନରେ ସାମିଲ ହୋଇ ସମର୍ଥନ ଦେଉଛନ୍ତି ।
ଜିଲା ପ୍ରଶାସନର ସମସ୍ତ କଳନାକୁ ପଛରେ ପକାଇ ଏହି ଆନ୍ଦୋଳନ ଧିରେ ଧିରେ ବଳଶାଳୀ ହେଉଛି । ଆଜି ସପ୍ତମ ଦିନରେ ଗଣଧାରଣା କାଉନସିଲର ରଶ୍ମୀତା ସିଂ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିଶିଷ୍ଟବକ୍ତାମାନେ ଯୋଗଦେଇ ରାଜ୍ୟ ସରକାର ଓ ଜିଲା ପ୍ରଶାସନର ସହରବାସୀଙ୍କ ଆବଶ୍ୟକତା ପ୍ରତି ହେୟଜ୍ଞାନକୁ ତୀବ୍ର ସମାଲୋଚନା କରିବା ସହିତ ତୁରନ୍ତ ଘଟଣାରେ ହସ୍ତକ୍ଷେପ କରି ସମାଧାନର ପଥ ବାହାର କରିବାକୁ ଆହ୍ୱାନ ଦେଇଥିଲେ ।
ଆଜିର ଗଣଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଖଦିବୋର୍ଡର ପ୍ରାକ୍ତନ ଅଧ୍ୟକ୍ଷ ତେଜେଶ୍ୱର ପରିଡା, ସି.ପି.ଆଇ.(ଏମ) ଜିଲା ସମ୍ପାଦକ ଗୟାଧର ଧଳ, ବିଜେପି ଜିଲା ସଭାପତି କିଶୋର ପଣ୍ଡା, ସି.ପି.ଆଇ. ଜିଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଆମ ଆଦମୀ ପାର୍ଟିର ଜିଲା ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡା, ଏସୟୁସିଆଇ ଜିଲା ସମ୍ପାଦିକା ଏଲିନା ସାମନ୍ତରାୟ,
ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, କେନ୍ଦ୍ରାପଡା ଓକିଲ ସଂଘର ପୂର୍ବତନ ସଭାପତି ସରୋଜରାଜ ସିଂହ, କାଉନସିଲର ସେକ ଅସଲମ, ଜୟନ୍ତୀ ପାଣି, ପୂର୍ବତନ କାଉନସିଲର ହିବଜୁର ରହେମାନ, ସୌମେନ୍ଦ୍ର ପୃଷ୍ଟି, ପ୍ରଶାନ୍ତ କୁମାର ସିଂ, ବିଜେପି ନେତା ମହମ୍ମଦ ସଲିମ ଖାନ, ଶୋଭନ ଆଚାର୍ଯ୍ୟ, ସନ୍ତୋଷ କୁମାର ବେହେରା, ସେକ ହାପିଜୁଲା, ବିକ୍ରମାଦିତ୍ୟ ସାହୁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପ୍ରଶାସନ କୌଣସି ବ୍ୟବସ୍ଥା ନକଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।