ନିଶ୍ଚିନ୍ତକୋଇଲି, ୦୧/୦୨/୨୦୨୩(ଓଡିଶା ସମାଚାର/ ଅଭୟ ଜେନା ) – “ଶ୍ରୀକ୍ଷେତ୍ରେ ଜନମ ମୋହର ପଦ୍ମବନେ ବାସ, ନେମାଳ ଗ୍ରାମକୁ ଲଭିଲି ପାଳି କୃଷ୍ଣ ଆଦେଶ”। ଇଏ ହେଉଛି ଭବିଷ୍ୟତ ମାଳିକାକାର ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ଲେଖନୀ ନିଃସୃତ ବାଣୀ। ଯାହା ପ୍ରଭୁଙ୍କ ଆଦେଶରେ ଏହି ପୀଠରେ ଧ୍ୟାନ ରେ ବସି ଶହ ଶହ ବର୍ଷ ତଳେ ତାଳ ପତ୍ର ପୋଥି ରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଲେଖିଥିବା ବାଣୀ ।
ଆଜି ସତ୍ୟ ବୋଲି ପ୍ରମାଣିତ ହୋଇଛି ସମଗ୍ର ସମାଜ ରେ। ସମାଜରେ ଘଟୁଥିବା ଓ ଆଗକୁ ଆସୁଥିବା ବିପତ୍ତି କୁ ଶହ ଶହ ବର୍ଷ ପୂର୍ବେ ତାଳପତ୍ର ପୋଥୀ ରେ ଲେଖି ଯାଇଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ। ଏହି ବିପତ୍ତିରୁ, ମନୁଷ୍ୟସମାଜ କିଭଳି ରକ୍ଷା ପାଇପାରିବେ ତାହାର ଉପାୟ ମଧ୍ୟ ମହାପୁରୁଷ ମହାପୁରୁଷ ଅଚ୍ୟୁତାନନ୍ଦ ଲେଖି ଯାଇଛନ୍ତି ଏହି ସବୁ ତାଳପତ୍ର ପୋଥୀ ରେ ।
ତେଣୁ ମହାପୁରୁଷଙ୍କ ଲିଖିତ ବାଣୀ କୁ ମନେ ପକେଇ ଶ୍ରଦ୍ଧାଳୁ ଭକ୍ତିପୂତ ଭାବରେ ଧାଇଁ ଆସୁଛନ୍ତି ଆଜି ବି ଏହି ପୀଠକୁ। ମାଘ ଶୁକ୍ଳ ଏକାଦଶୀ ତଥା ଆଜିର ପବିତ୍ର ସ୍ଵନକ୍ଷତ୍ର ଦିବସ ଅବସରରେ କଟକ ଜିଲ୍ଲା ନେମାଳ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷ ଙ୍କ ପଦ୍ମବନ ପୀଠ ରେ ଅଷ୍ଟପ୍ରହର ବ୍ୟାପୀ ନାମ ଯଜ୍ଞାନୁଷ୍ଠାନ କରା ଯାଉଅଛି।
ଗଲା ଦୁଇ ବର୍ଷ ହେଲା କୋଭିଡ୍ କଟକଣା ପାଇଁ ପଦ୍ମବନ ପୀଠ ରେ ଏହି ଦିନ ଶ୍ରଦ୍ଧାଳୁ ମାନଙ୍କ ଆଗମନ ଉପରେ ରୋକ୍ ଲାଗିଥିଲା। ତେଣୁ ଏ ବର୍ଷ ଏ ସବୁ କଟକଣା ନଥିବାରୁ ଏହି ପୀଠରେ ଓଡ଼ିଶାର କୋଣ ଅନୁକୋଣ ରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଅଛି। ଆଉ ଚଳ ଚଞ୍ଚଳ ହୋଇ ପଡିଛି, ତ୍ରିକାଳ ଦ୍ରଷ୍ଟା ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ପୀଠ ପଦ୍ମବନ। ଭିଡ଼ କୁ ପରିଲକ୍ଷିତ କରି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।