Tuesday , March 28 2023
Breaking News
Home / କ୍ରୀଡ଼ା / ମଳିପଡା ବାଙ୍ଗୁର ଶିକ୍ଷା ସଦନ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ 

ମଳିପଡା ବାଙ୍ଗୁର ଶିକ୍ଷା ସଦନ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ 

ନିରାକାରପୁର, ୦୧ /୦୨/୨୦୨୩ (ଓଡ଼ିଶା ସମାଚାର)- ଛାତ୍ରଛାତ୍ରୀ ଉତ୍ତମ ଚରିତ୍ରବାନ, ଭଲ ମଣିଷ ଓ ଶୃଙ୍ଖଳିତ କ୍ରୀଡାବିତ୍ ହେବା ସହିତ କ୍ରୀଡା ଦ୍ଵାରା ଉତ୍ତମ , ସ୍ବାସ୍ଥ୍ୟବାନ ଶରୀର ଗଠନ, ମନ ପ୍ରଫୁଲ୍ଲ ରହିଥାଏ ବୋଲି ଖୋର୍ଦ୍ଧା ଜିଲ୍ଲା ମଳିପଡା ବାଙ୍ଗୁର ଶିକ୍ଷା ସଦନ ୩୬ତମ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ପୁରବୀ ଶ୍ରୀଚନ୍ଦନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧକ୍ଷ ଡଃ ନୃସିହ ଚରଣ ପ୍ରଧାନ,ସମ୍ମାନିତ ଅତିଥିଭାବେ ଖୋର୍ଦ୍ଧା ବ୍ଲକ ପଞ୍ଚାୟତ ସମିତି ଅଧକ୍ଷ୍ୟା ଶ୍ରୀମୟୀ ପ୍ରିୟଦର୍ଶିନୀ, କଂପୁର ପଞ୍ଚାୟତ ସମିତି ସଭ୍ୟା ସଂଯୁକ୍ତା ମହାପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। କ୍ରୀଡା ଶିକ୍ଷକ ଦେବେନ୍ଦ୍ର କୁମାର ଦାସ, ପ୍ରଶାନ୍ତ କୁମାର ସାହୁ ଓ ଧ୍ରୁବ ଚରଣ ଘଡେ଼ଇ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ସିନିୟର୍ ବାଳକ ବିଭାଗରେ ସମୀର ଭୋଇ ଓ ବାଳିକା ବିଭାଗରେ ପୂଜା ସାହୁ ଚାମ୍ପିଅନ ହୋଇଥିବାବେଳେ ରୋଜାଲିନ ଭୁଜବଳ ବେଷ୍ଟ ଷ୍ଟୁଡେଣ୍ଟ୍ ପୁରସ୍କାର ପାଇଥିଲେ। ଶିକ୍ଷୟତ୍ରୀ ସ୍ୱର୍ଣଲତା ପଣ୍ଡା, ସବିତାରଣୀ ତ୍ରିପାଠୀ ଓ ଶିକ୍ଷକ ସିଦ୍ଧାର୍ଥ ଶ୍ରୀଚନ୍ଦନ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ। କେଶବ କୁମାର ସିଂହ, ଦାଶରଥି ବାରିକ, ରବୀନ୍ଦ୍ର ପ୍ରଧାନ ଓ ନନ୍ଦନ ମହାରଣା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିବାବେଳେ ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ପ୍ରତାପ ଚନ୍ଦ୍ର ଚମ୍ପତିରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published.