ଲକ୍ଷ୍ମୀପୁର ରେ ପାଣି ପଞ୍ଚାୟତ ପକ୍ଷ ପାଳନ.. –
ଲକ୍ଷ୍ମୀପୁର, ୦୧/୦୨/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ କ୍ଷୁଦ୍ର ଜଳ ସମ୍ପଦ ବିଭାଗ ଦ୍ଵାରା ସାରା ଓଡିଶାରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଥିବା ବେଳେ କୋରାପୁଟ ଜିଲ୍ଲା ଜୟପୁର କ୍ଷୁଦ୍ର ଜଳ ସେଚନ ବିଭାଜନର ନିର୍ବାହି ଯନ୍ତ୍ରୀ ସୁବାସ ଚନ୍ଦ୍ର ସେଠିଙ୍କ ଅଧ୍ୟକ୍ଷତାରେ ଲକ୍ଷ୍ମୀପୁର ବ୍ଲକ ତୟାପୁଟ ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇ ଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି ଯୋଗ ଦେଇଥିବା ବେଳେ,ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା,ତୋୟାପୁଟ ସରପଞ୍ଚ ସେନ୍ତା ସାଉନ୍ତା,କ୍ଷୁଦ୍ର ଜଳ ସେଚନ ଡେପୁଟି ନିର୍ବାହି ଯନ୍ତ୍ରୀ ଚିନ୍ମୟୀ ମଲିକ୍,କୋରାପୁଟ ସହକାରୀ ନିର୍ବାହି ଯନ୍ତ୍ରୀ ରାମ ଚନ୍ଦ୍ର ମୁର୍ମୁ,ନାରାୟଣପାଟଣା ସହକାରୀ ନିର୍ବାହି ଯନ୍ତ୍ରୀ ସିତମ କୁମାର ମେହେର୍,ବନ୍ଧୁଗାଁ ନିର୍ବାହି ଯନ୍ତ୍ରୀ କେ.ସତ୍ୟ ନାରାୟଣ,ସିତଲ୍ ମେହେର ବନ୍ଧୁଗାଁ,କୋରାପୁଟ ନିର୍ବାହି ଯନ୍ତ୍ରୀ କରୁଣାକର ବେହେରା, ଜୟପୁର କନିଷ୍ଟ ଯନ୍ତ୍ରୀ ରଞ୍ଜନ କୁମାର ସାହୁ,ଲକ୍ଷ୍ମୀପୁର ଜଳବିଭାଜିକା ଅତିରିକ୍ତ ଡାଇରେକଟର ସୁମନ ରାଉତ,ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ମୁର୍ମୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଜୟପୁର ଓ କୋରାପୁଟ ଜଳସେଚନ ବିଭାଗ ଓ ଜଳ ବିଭାଜିକା କର୍ମଚାରୀ ମାନେ ଯୋଗ ଦେଇଥିଲେ।ଏହା ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ପର୍ୟ୍ୟନ୍ତ ଚାଲିବ ବୋଲି ବିଭାଗିୟ ଅଧିକାରୀଙ୍କ ତରଫରୁ ସୁଚନା ଦିଆଯାଇଛି। ଏହି କାର୍ୟ୍ୟକ୍ରମରେ ନାରାୟଣପାଟଣା ବନ୍ଧୁଗାଁ ଓ ଲକ୍ଷ୍ମୀପୁର ଅଞ୍ଚଳର ଶତାଧିକ ଚାଷି ଯୋଗଦେଇ ପାଣିପଞ୍ଚାୟତ ଦ୍ବାରା ସେମାନେ କଣ ଫଳ ପାଇଛନ୍ତି ଓ ଆଗକୁ କଣ ସବୁ କାର୍ୟ୍ୟ ହାତକୁ ନିଆଗଲେ ଚାଷି ମାନେ ଅଧିକରୁ ଅଧିକ ଲାଭବାନ ହୋଇପାରିବେ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ଙ୍କ ଉପସ୍ଥିତିରେ ଚାଷି ମାନେ ଉପସ୍ଥାପନା କରିଥିଲେ।
ମୁଖ୍ୟମନ୍ତ୍ରୀ ଚାଷିଙ୍କ ସକାଶେ ସବୁବେଳେ ତପ୍ତରତା ଦେଖାଇ ଆସିଛନ୍ତି ,ଯାହାର ଉଦାହରଣ ବନ୍ଧୁଗାଁ ବ୍ଲକରେ ହେବାକୁ ଥିବା ୧୮୪କୋଟିର ଚିନ୍ତାଗୁଡା ଡ୍ୟାମ ପ୍ରକଳ୍ପ ବୋଲି ବିଧାୟକ ପ୍ରକାଶ କରିଥିଲେ।ସେହିପରି ବୋହି ଯାଉଥିବା ନାଳ ନଦୀର ଜଳ କୁ ସଂରକ୍ଷିତ କରି ଖରାଟିଆ ଚାଷ ବର୍ତମାନ ସ୍ଥିତିରେ କରାଯାଇ ନପାରିଲେ ଚାଷି ଅଧିକରୁ ଅଧିକ କ୍ଷତି ସହିବ,କାରଣ ଦିନ କୁ ଦିନ ରୁତୁ ପରିବର୍ତନ ସହ ଆବଶ୍ୟକ ପରିମାଣ ରେ ବର୍ଷା ହେଉନାହିଁ ବୋଲି ନିର୍ବାହି ଯନ୍ତ୍ରୀ ପ୍ରକାଶ କରିଥିଲେ।ପାଣି ପଞ୍ଚାୟତ ପକ୍ଷ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ସହ ନଗଦ ରାଶି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। କାର୍ୟ୍ୟକ୍ରମକୁ ଜୟପୁର ଉପ ବିଭାଜନର ଅଚ୍ୟୁତା ନନ୍ଦ ମାଳି ଓ ଅବସର ପ୍ରାପ୍ତ କର୍ମଚାରୀ ସୁଦର୍ଶନ ପଣ୍ଡା ପରିଚାଳନା କରିଥିବା ବେଳେ ଲେଙ୍ଗୁ ମିଣିଅକା ସହଯୋଗ କରିଥିଲେ ।