Tuesday , March 28 2023
Breaking News
Home / ତାଜା ଖବର / ବିସ୍ପୋରକ ସାମଗ୍ରୀ ଫୁଟି ସେଣ୍ଟ ଜାଭିଅର୍ ସ୍କୁଲର ତିନି ଜଣ ହଷ୍ଟେଲ ଛାତ୍ର ଆହତ

ବିସ୍ପୋରକ ସାମଗ୍ରୀ ଫୁଟି ସେଣ୍ଟ ଜାଭିଅର୍ ସ୍କୁଲର ତିନି ଜଣ ହଷ୍ଟେଲ ଛାତ୍ର ଆହତ

ବାଲିଗୁଡା,୦୧/୦୨/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ରୁତୁଙ୍ଗିଆ ପଞ୍ଚାୟତର ସେଣ୍ଟ ଜାଭିଅର୍ ସ୍କୁଲରେ ଅଘଟଣ। ଉକ୍ତ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢୁଥିବା ୭ମଶ୍ରେଣୀର ତିନି ଜଣ ଛାତ୍ର ବୁଧବାର ମଧ୍ୟାହ୍ନ  ଛୁଟିବେଳେ କେଉଁଠି ଥିବା ଏକ ବିସ୍ପୋରକ ଧରି ଥିବାବେଳେ କୈାଣସି କାରଣ ବଶତଃ ବିସ୍ପୋରକଟି ହଠାତ ଫୁଟିଯିବା ଫଳରେ ତିନି ଜଣ ଛାତ୍ର ଆହାତ ହୋଇଥିବା ବେଳେ ଦୁଇଜଣ ଗୁରୁତର ଥିବା ଜଣାପଡିଛି ।  ଖବର ପାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ଛାତ୍ର ମାନଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ଡାକ୍ତର ଖାନାକୁ ପଠାଇ ଦିଆଯାଇଥିବା ଜଣାପଡିଛି । ଏଭଳି ଏକ ଅଭାବନୀୟ ଘଟଣା କୁ ନେଇ ସେଣ୍ଟ ଜାଭିଅର୍ ସ୍କୁଲର କର୍ତ୍ତୃପକ୍ଷ ସଠିକ ଉତ୍ତର ଦେଉନଥିବା ବେଳେ  ଯାହା କହୁଛନ୍ତି ସେଥିରେ କିଛି ସତ୍ୟତା ନଥିବା ଜଣା ପଡିଛି । ଛାତ୍ରମାନେ କେଉଁଠାରୁ ସ୍କୁଲ ପରିସରକୁ ନିଜ ପକେଟ୍ ଭିତରେ କୌଣସି ଏକ ବିସ୍ପୋରକ ସାମଗ୍ରୀ ଆଣିଥିଲେ ତାହା ତଦନ୍ତ ସାପେକ୍ଷ। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

Leave a Reply

Your email address will not be published.