ନିଶ୍ଚିନ୍ତକୋଇଲି, ୦୧/୦୨/୨୦୨୩(ଓଡିଶା ସମାଚାର /ଅଭୟ ଜେନା)-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଳମିଶ୍ରି ଓ ଜନାର୍ଦ୍ଦନପୁର ପଞ୍ଚାୟତ ରେ ୩ ଟି ହାଇସ୍କୁଲ ରେ ୫ଟି ରୂପାନ୍ତରୀକରଣ କାର୍ୟ୍ୟର ଭୂମିପୂଜନ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇ ଯାଇଛି । କଳମିଶ୍ରି ପଞ୍ଚାୟତ ର ଅନଂତେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ର ଭୂମି ପୂଜନ ଉତ୍ସବରେ ସରପଞ୍ଚ ଅନନ୍ତ କର ଯୋଗ ଦେଇ ବିଧିବଦ୍ଧ ପୂଜାପାଠ ପରେ ନଡ଼ିଆ ବାଡେଇ କାର୍ୟ୍ୟ ର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବି ଜେ ଡି କାର୍ୟ୍ୟକାରୀ ସଭାପତି ପ୍ରମୋଦ କୁମାର ନାୟକ, ଯୁବ ନେତା ବିଶ୍ୱଜିତ ପରିଡା,ପର୍ୟ୍ୟବେକ୍ଷକ ରମେଶଚନ୍ଦ୍ର ସ୍ୱାଇଁ , ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ ସାହୁ , ସ୍ଥାନୀୟ ଗ୍ରାମବାସୀ ଯୋଗ ଦେଇଥିଲେ ।
ସେହିପରି ଜନାର୍ଦ୍ଦନପୁର ପଞ୍ଚାୟତ ର ଚିତ୍ରୋତ୍ପଳା ହାଇସ୍କୁଲ ର ୫ଟି ଉନ୍ନତି କରଣ କାର୍ୟ୍ୟ ର ଭୂମି ପୂଜନ ଅନୁଷ୍ଠିତ ହୋଇଥିଲା । ଏଥିରେ ସରପଞ୍ଚ ବିଶ୍ୱ ଭୂଷଣ ନାୟକ କାର୍ୟ୍ୟ ର ଶୁଭାରମ୍ଭ କରିଥିଲେ । କାର୍ୟ୍ୟକ୍ରମ ରେ ସ୍ଥାନୀୟ ଗ୍ରାମବାସୀ ଙ୍କ ସହ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦେବ ପ୍ରସାଦ କର ଭୂମି ପୂଜାରେ ପୁରୋଧା ଭାବେ ଯୋଗ ଦେଇଥିଲେ ।
ସେହିପରି ବଳରାମପୁର ବିଦ୍ୟାପୀଠ ର ଭୂମି ପୂଜନ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ ବିଦ୍ୟାଳୟ ର ଭୂମି ପୂଜନ କାର୍ୟ୍ୟକ୍ରମ ରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟରଞ୍ଜନ ପଣ୍ଡା, ସହକାରୀ ଯନ୍ତ୍ରୀ ବିଜୟ କୁମାର ସେଠୀ,ଜିଲ୍ଲା ସମଗ୍ର ଶିକ୍ଷା ବୈଷୟିକ ପରାମର୍ଶ ଦାତା ସରୋଜ ସାହୁ ପ୍ରମୁଖ କାର୍ୟ୍ୟ ର ତଦାରଖ କରିଥିଲେ ।