Sunday , March 26 2023
Breaking News
Home / ବିଶେଷ / କେନ୍ଦ୍ରୀୟ ବିଦ୍ୟାଳୟ ର ଶିକ୍ଷକ ଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷାବିତ୍ ଗୌରବ ସମ୍ମାନ

କେନ୍ଦ୍ରୀୟ ବିଦ୍ୟାଳୟ ର ଶିକ୍ଷକ ଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷାବିତ୍ ଗୌରବ ସମ୍ମାନ

କେନ୍ଦ୍ରାପଡ଼ା, ୦୧/୦୨/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ଇନ୍ଦୁପୁର ଗ୍ରାମ୍ୟ ଉତ୍ସବ ପାଳନ ଅବସର ରେ ଇନ୍ଦୁପୁର ସ୍ଥିତ ସାଂସ୍କୃତିକ ଅନୁଷ୍ଠାନ ପାୟଲ ମ୍ୟୁଜିକ ତରଫ ରୁ  ଶିକ୍ଷା କ୍ଷେତ୍ର ରେ ଅତୁଳନୀୟ ଅବଦାନ ପାଇଁ ଜିଲ୍ଲା ର ଏକ ମାତ୍ର କେନ୍ଦ୍ରୀୟ ଅନୁଷ୍ଠାନ କେନ୍ଦ୍ରୀୟ ବିଦ୍ୟାଳୟ ର ଶିକ୍ଷକ ଶେଖ୍ ଇଦ୍ରିସ ଅଲି  ଙ୍କୁ ଶ୍ରେଷ୍ଠ ଶିକ୍ଷାବିତ୍ ଗୌରବ ସମ୍ମାନ ରେ  ସମ୍ମାନିତ କରାଯାଇଛି। ସେ ଏହି ସମ୍ମାନ ସମ୍ପାଦକ ଦେବାଶିଷ ସାମଲ ଓ ସଭାପତି ନୀଳମାଧବ ପତି ଙ୍କ ଉପସ୍ଥିତି ରେ ବରିଷ୍ଠ ରାଜନେତା ଓ ଅନ୍ତରାଷ୍ଟ୍ରୀୟ କବି ଶ୍ରୀଯୁକ୍ତ ପ୍ରସନ୍ନ କୁମାର୍ ପାଠଶାଣୀ ଙ୍କ ଠାରୁ ଗ୍ରହଣ କରିଥିଲେ।

ଶିକ୍ଷକ ଶେଖ୍ ଇଦ୍ରିସ ଅଲି ଏକାଧାରରେ ଜଣେ ତ୍ରିଭାଷୀ କବି, ଭାଷ୍ୟକାର,  ସୁସଂଗଠକ, ଲେଖକ , ଗାୟକ ଏବଂ ଜଣେ ଆଦର୍ଶ ତଥା ଲୋକପ୍ରିୟ ଶିକ୍ଷକ ରୂପେ ସାରା ଜିଲ୍ଲା ରେ ସୁନାମ ଅର୍ଜନ କରି ଅଛନ୍ତି ।

ଶ୍ରୀ ଅଲି କେନ୍ଦ୍ରାପଡା ଜିଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡକୁଡ଼ା ପଞ୍ଚାୟତ ର ନିବାସୀ ସ୍ଵର୍ଗତ ଶେଖ୍ ତବାରକ୍ ଅଲି ଙ୍କ ସାନ ପୁଅ ଅଟନ୍ତି।

Leave a Reply

Your email address will not be published.