Tuesday , March 28 2023
Breaking News
Home / ସ୍ୱାସ୍ଥ୍ୟ / ଷଷ୍ଠଦିନରେ ପହଂଚିଲା ଆମ ମେଡିକାଲ ଆମକୁ ଫେରାଅ ଦାବିରେ ଗଣଧାରଣା

ଷଷ୍ଠଦିନରେ ପହଂଚିଲା ଆମ ମେଡିକାଲ ଆମକୁ ଫେରାଅ ଦାବିରେ ଗଣଧାରଣା

କେନ୍ଦ୍ରାପଡ଼ା, ୩୧/୦୧/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ପୁରୁଣା ମେଡିକାଲକୁ ସିଟି ହସପିଟାଲ କରିବା ଦାବିରେ କେନ୍ଦ୍ରାପଡା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ରିଲେ ଗଣଧାରଣା ଷଷ୍ଠ ଦିନରେ ପହଂଚିଛି । ଗତ ୨୪ତାରିଖରୁ ଆରମ୍ଭ ହୋଇଥିବା ରିଲେ ଗଣଧାରଣାକୁ ବିଭିନ୍ନ ବର୍ଗ ଓ ବିଶିଷ୍ଟବ୍ୟକ୍ତି ମାନଙ୍କର ସମର୍ଥନର ସୁଅ ଛୁଟୁଛି । ବିଭିନ୍ନ ବିରୋଧୀ ରାଜନୈତିକ ଦଳର କର୍ମକର୍ତା ସମର୍ଥନ ଦେଇଥିବା ବେଳେ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ସରକାର ଓ ଜିଲା ପ୍ରଶାସନର ମେଡିକାଲକୁ ଉଠାଇନେଇ ସମ୍ପୂର୍ଣ୍ଣ ଅଚଳ କରିଦେବାକୁ ବିରୋଧ କରି ଆନ୍ଦୋଳନରେ ସାମିଲ ହୋଇ ବକ୍ତବ୍ୟ ରଖିଥିଲେ । ସବୁଠାରୁ ଦୁର୍ଭାଗ୍ୟ ଜନକ କଥା ହେଉଛି ଅର୍ଭୁତପୂର୍ବ କେନ୍ଦ୍ରାପଡା ବନ୍ଦ ସଫଳ ହେବା ସହିତ ୬ଦିନଧରି ଆନ୍ଦୋଳନ ଚାଲିଥିଲେବି ଜିଲାର କୌଣସି ଉଚ୍ଚ ପଦସ୍ଥ ଅଧିକାରୀ ବା ଜିଲା କୌଣସି ବିଧାୟକ ଓ ଲୋକ ପ୍ରତିନିଧି ଏପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଳରେ ପହଂଚି ଶାନ୍ତ୍ୱନା ଟିକିଏ ଦେଇ ନାହାନ୍ତି ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି । ପୁରୁଣା ମେଡିକାଲରେ ସ୍ୱାସ୍ଥ୍ୟସେବା ଯୋଗାଇ ନଦେଲେ ଆନ୍ଦୋଳନ ଚାଲୁ ରହିବ ବୋଲି ବକ୍ତାମାନେ ସତର୍କ କରାଇ ଦେଇଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ରିଲେଧାରଣାରେ କାଉନସିଲର ରଶ୍ମୀତା ସିଂ, ଜୟନ୍ତୀ ପାଣି, ସେକ ଅସଲମ, ପୂର୍ବତନ କାଉନସିଲର ମୁକ୍ତାର ଖାଁ, ହିବଜୁର ରହେମାନ, ସୌମେନ୍ଦ୍ର ପୃଷ୍ଟି, ପ୍ରଶାନ୍ତ କୁମାର ସିଂ, ହେମନ୍ତ ଜେନା, ସି.ପି.ଆଇ. ଜିଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସିପିଏମ ଜିଲା ସମ୍ପାଦକ ଗୟାଧର ଧଳ, ଆଦିକନ୍ଦ ରାଉଳ,ବିଜୟ ଦାସ, ଦାଶରଥି ସାହୁ, ସାଗରିକା ଦାସ, ସଲିମା ବେଗମ, ପୁଲନା ବିବି, ରିହାନା ବିବି, ମଞ୍ଜୁଲତା ସାହୁ, ଅନନ୍ତ କୁମାର ସ୍ୱାଇଁ, ସେକ ହାପିଜୁଲ୍ଲା, ଜଗତଜୀବନ ଦାଶ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

Leave a Reply

Your email address will not be published.