Tuesday , March 28 2023
Breaking News
Home / ଶିକ୍ଷା / ପାଟକୁରା ହାଇସ୍କୁଲରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର 

ପାଟକୁରା ହାଇସ୍କୁଲରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର 

ଗରଦପୁର, ୩୧/୦୧/୨୦୨୩ (ଓଡ଼ିଶା ସମାଚାର)- ପାଟକୁରା ସରକାରୀ ହାଇସ୍କୁଲରେ ଆଜି ବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଝାନ୍ସି ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଆରମ୍ଭ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଥିଲେ । ବିଦ୍ୟାଳୟର ୬ଷ୍ଠ ରୁ ୧୦ମ ଶ୍ରେଣୀର ୧୪୭ଜଣ  ବାଳିକା (ଛାତ୍ରୀ) ଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ପ୍ରଦାନ କରାଯାଇଥିଲା  । ଛାତ୍ରୀମାନେ କିପରି ଭାବରେ ଆତ୍ମରକ୍ଷା କରିପାରିବେ ସେ ସମ୍ପର୍କରେ ପ୍ରଶିକ୍ଷକମାନେ ବିଭିନ୍ନ ପ୍ରକାର କୌଶଳ ପ୍ରଦର୍ଶନକରି ପ୍ରଶିକ୍ଷଣ ଦେଇଥିଲେ । ପ୍ରଶିକ୍ଷକ ଭାବେ କଳାବୁଦା ହାରଇସ୍କୁଲର ଶିକ୍ଷୟିତ୍ରୀ  ପୁଷ୍ପଲତା ଚୌଧୁରୀ ଓ ପଳସୁଧା ପ୍ରାଇମେରୀ ସ୍କୁଲର ଶିକ୍ଷୟିତ୍ରୀ ନୟନା ବିଶ୍ୱାଳ ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିର ୫ଦିନ ଧରି ଅନୁଷ୍ଠିତ ହେବ ।  ପୂର୍ବାହ୍ନ୧୧ଟା ଠାରୁ ପ୍ରଶିକ୍ଷଣ ଆରମ୍ଭ ହୋଇ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମକୁ ସ୍କୁଲର ରୀନାବାଳା ମହାନ୍ତି ମାମୁନି ସାହୁ,ଇତିଶ୍ରୀ ପ୍ରୀୟଦଶନୀ ପରିଡା, ସୁଧାଂଶୁ ଶେଖର ସାହୁ, ରାଜୀବ ଦାଳୁଆ  ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀମାନେ ପରିଚାଳନା   କରୁଛନ୍ତି ।

Leave a Reply

Your email address will not be published.