ନିରାକାରପୁର, ୩୧/୦୧/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ କ୍ଷେତ୍ରବାସୀ ଡି ଏ ଭି ମହାବିଦ୍ୟାଳୟ ଅଧ୍ୟକ୍ଷ ଡ ସଞ୍ଜୟ କୁମାର ମହାପାତ୍ରଙ୍କୁ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ସହ ମେଲାଣି ଦିଆଯାଇଛି। ମହାବିଦ୍ୟାଳୟ ତରଫରୁ ଆୟୋଜିତ ଅବସରକାଳୀନ ସମ୍ବର୍ଦ୍ଧନା ସମାବେଶରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର, ମହାବିଦ୍ୟାଳୟ ପରିଚାଳନା ସମିତିର ପୂର୍ବତନ ସଭାପତି ଦେବରାଜ ସେନାପତି, ଅର୍ଥନୀତି ପ୍ରାଧ୍ୟାପକ ଉତ୍ତମ କୁମାର ପାଇକରାୟ, ଇଂରାଜୀ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ଚମ୍ପତିରାୟ, ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ , ଟାଙ୍ଗୀ ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥଶର୍ମା ଓ ଅଞ୍ଚଳବାସୀ ଉପସ୍ଥିତ ରହି ଅଧ୍ୟକ୍ଷ ଡ ମହାପାତ୍ରଙ୍କୁ ସମ୍ବର୍ଧିତ କରି ବିଦାୟ ଦେଇଥିଲେ। ମହାବିଦ୍ୟାଳୟରେ ମାତ୍ର ୫ ମାସ କାର୍ଯ୍ୟ କରି ବହୁବିଧ ଉନ୍ନତି ସାଧନ କରିବା ସହ ଆଗାମୀ ଦିନ ପାଇଁ ମହାବିଦ୍ୟାଳୟର ବିକାଶ ର ନକ୍ସା ଅଙ୍କନ କରିଥିବା ଅଧ୍ୟକ୍ଷ ଡ ମହାପାତ୍ରଙ୍କ ଦୀର୍ଘ ଶିକ୍ଷକ ଓ ଶିକ୍ଷା ପ୍ରଶାସକ ଜୀବନ ଉପରେ ଅତିଥି ଓ ମହାବିଦ୍ୟାଳୟର କର୍ମଚାରୀ ଆଲୋକପାତ କରିଥିଲେ।
ପ୍ରାରମ୍ଭରେ ଡ ଜୟନ୍ତ ବାନାର୍ଜୀ ସ୍ଵାଗତ ଭାଷଣ ରଖିଥିବା ବେଳେ ଡ ପ୍ରତିଭାମୟୀ ମିତ୍ର ଅତିଥିଙ୍କୁ ଅଙ୍ଗ ବସ୍ତ୍ର ଦେଇ ସ୍ବାଗତ କରିଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ଅଧ୍ୟକ୍ଷ ଡ ସଞ୍ଜୟ କୁମାର ମହାପାତ୍ରଙ୍କ ବହୁମୁଖି ବ୍ୟକ୍ତିତ୍ୱର ପ୍ରଶଂସା କରିଥିଲେ ଅତିଥି। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ ଙ୍କ ମଞ୍ଚ ସଂଚଳାନରେ ଆୟୋଜିତ ସମାବେଶରେ ଧନ୍ୟବାଦ୍ ଅର୍ପଣ କରିଥିଲେ ପ୍ରଫେସର୍ ସୁକାନ୍ତ କୁମାର ମିଶ୍ର।