Tuesday , March 28 2023
Breaking News
Home / କ୍ରୀଡ଼ା / ପାଟକୁରା ରେ ଦିବା ରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟ 

ପାଟକୁରା ରେ ଦିବା ରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟ 

ପଟ୍ଟାମୁଣ୍ଡାଇ ଜିତିଲା ଚମ୍ପିଆନ ଟ୍ରଫି

ଗରଦପୁର, ୩୦/୦୧/୨୦୨୩ (ଓଡ଼ିଶା ସମାଚାର)- ପାଟକୁରାସ୍ଥିତ ହାଇସ୍କୁଲ ଖେଳ ପଡ଼ିଆରେ ବିସମିଲା ଦିବା ରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପଟ୍ଟାମୁଣ୍ଡାଇ କ୍ରିକେଟ ଟିମ୍ ୨୩ ରନ୍ ରେ ବିଜୟୀ ହୋଇ ଚମ୍ପିଆନ୍ ଟ୍ରଫି ହାସଲ କରିଛି । ଟୁର୍ଣ୍ଣମେଂଟର ଫାଇନାଲ ଖେଳ ଜଗତସିଂହପୁର କ୍ରିକେଟ ଟିମ୍ ଓ ପଟ୍ଟାମୁଣ୍ଡାଇ କ୍ରିକେଟ ଟିମ ମଧ୍ୟରେ ହୋଇଥିଲା । ପ୍ରଥମେ ଟସ ଜିତି ପଟ୍ଟାମୁଣ୍ଡାଇ  ଟିମ୍ ନିର୍ଦ୍ଧାରିତ ୫ ଓଭର ରେ ୨ ୱିାକେଟ ହରାଇ ୯୩ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଜଗତସିଂହପୁର ୫ ଓଭର ବଲ ଖେଳି ୩ ୱିାକଟ ହରାଇ ମାତ୍ର ୭୦ ରନ୍ ସଂଗ୍ରହ କରିଥିଲା । ଫଳରେ ପଟ୍ଟାମୁଣ୍ଡାଇ ଟିମ୍ ୨୩ ରନ୍ ରେ ଜିତିଲା ବୋଲି ଘୋଷଣା କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସେକ୍ ମନୋ ସଭାପତିତ୍ୱ କରିଥିବାବେଳେ ଏଥିରେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ତଥା ପ୍ରାଧ୍ୟାପକ ଅଜୟ ରାଉତ , ବିଧାୟକ ପ୍ରତିନିଧି ସଂଜୟ ଅଗ୍ରୱାଲା, ପୂର୍ବତନ ସରପଂଚ ସୂର୍ଯ୍ୟମଣି ସେଠୀ ଓ ଶରତ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇଥିଲେ । ଉତ୍ସବରେ ବିଜୟୀ ପଟ୍ଟାମୁଣ୍ଡାଇ କ୍ରିକେଟ ଟିମ କୁ ଚମ୍ପିଆନ୍ ଟ୍ରଫି ସହିତ ନଗଦ ୨୨ ହଜାର ଟଙ୍କା ଓ ଜଗତସିଂହପୁର ଟିମ କୁ ରନର୍ସ କପ୍ ସହିତ ନଗଦ ୧୬ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଟୁର୍ଣ୍ଣମେଂଟରେ ମୋଟ୍ ୧୬ ଟି କ୍ରିକେଟ ଟିମ ଅଂଶ ଗ୍ରହଣ କରିଥିଲେ । ଟୁର୍ଣ୍ଣାମେଂଟ ପରିଚାଳନାରେ ସେକ୍ କଇମ, ସେକ୍ ମୁସ୍ତାକ, ସେକ୍ ଏନାତ୍ , ସେକ କାଲା , ସେକ୍ ଲକି , ସେକ୍ ମଇନୁ , ସେକ୍ ନଦୀମ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published.