Sunday , March 26 2023
Breaking News
Home / ବିଶେଷ / କାର ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର ଆହତ

କାର ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର ଆହତ

ଜୁନାଗଡ଼,୩୦/୦୧/୨୦୨୩ (ଓଡ଼ିଶା ସମାଚାର /ରକେଶ ବେମାଲ)-ଜୁନାଗଡ଼-ଭବାନୀପାଟଣା ଜାତୀୟ ରାଜପଥ ୨୬ଜରିଂ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଅରୋହି ଦମ୍ପତିଙ୍କ ମଧ୍ୟରୁ ସ୍ତ୍ରୀ ଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ଵାମୀ ଗୁରୁତର ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିବା ଜଣାଯାଇଛି।ପ୍ରକାଶ ଯେ ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ଗ୍ରାମର ସହଦେଵ ପଣ୍ଡା ଏବଂ ତାଙ୍କ ସ୍ତ୍ରୀ ସନ୍ଧ୍ୟାରେ ଏକ ସ୍ୱିଫ୍ଟ କାର (ଓଡ଼ି ୦୮ଇ୬୬୮୭) ଭାବାନୀପାଟଣାରୁ କୌଣସି କାମରେ ଯାଇ ଜୁନାଗଡ଼ ଫେରୁଥିଲେ । ହେଲେ ଜରିଂ ନିକଟ ଜାତୀୟ ରାଜପଥ ଉପରେ ତାଙ୍କ କାର ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ଘଟଣା ସ୍ଥଳରେ କାର ରେ ଚାପି ହୋଇ ସ୍ତ୍ରୀ ସାରଦା ପଣ୍ଡା (୫୫) ଙ୍କ ମୃତୁ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକ ଜୁନାଗଡ଼ ପୋଲିସ କୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସାରଦା ଓରଫ ସରସ୍ୱତୀ ପଣ୍ଡାଙ୍କୁ ତାକ୍ତର ମୃତ ଘୋଷଣା କରିଥିଲେ ଏବଂ ଗୁରୁତର ଆହତ ସ୍ୱାମୀ ସହଦେଵ ପଣ୍ଡା ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନିପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ସେଠାରେ ସେ ଚିକିତ୍ସାଧୀନ ଅଛନ୍ତି।ଜୁନାଗଡ଼ ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାଯାଇଛି।

Leave a Reply

Your email address will not be published.