ବ୍ରଜରାଜ ନଗର ଗସ୍ତ ସମୟରେ ଗୁଲିମାଡ଼, ଛାତିରେ ବାଜିଛି ଗୁଳି –
ଗାନ୍ଧିଛକ ଫାଣ୍ଡି ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ଗୁଳି କରିଥିବା ସୂଚନା
ଝାରସୁଗୁଡ଼ା,୨୯/୦୧/୨୦୨୩ (ଓଡ଼ିଶା ସମାଚାର)- ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କୁ ଗୁଳି ମାଡ ହୋଇଛିÿ । ଗୁଳିମାଡ଼ରେ ଘଟଣାସ୍ଥଳରେ ସେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଟଳିପଡ଼ିଥିଲେ । ବ୍ରଜରାଜ ନଗର ଗସ୍ତ ସମୟରେ ଗୁଲିମାଡ ହୋଇଛି । ତାଙ୍କ ଛାତିରେ ବାଜିଛି ଗୁଳି । ବ୍ରଜରାଜନଗର ଠାରେ ଏକ ଦଳିୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ଯାଇଥିଲେ । ଗାଡ଼ିରୁ ଓହ୍ଲାଇବା ସମୟରେ ପୋଲିସ୍, ଅଙ୍ଗରକ୍ଷୀ ଓ ଦଳିୟ କର୍ମୀ ମାନଙ୍କ ଉପସ୍ଥିତ ଥିବାବେଳେ ଏହି ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଗୁରୁତର ଆହତ ଅବସ୍ଥାରେ ତୁରନ୍ତ ତାଙ୍କୁ ହସପିଟାଲକୁ ନିଆଯାଇଛି । ଜଣେ ପୋଲିସ କର୍ମଚାରୀ ଗୁଡ଼ିମାଡ଼ କରିଥିବା ନେଇ ସ୍ଥାନୀୟ ଲୋକେ କହୁଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ପୋଲିସ କୌଣସି ସୂଚନା ଦେଉନାହାନ୍ତି । କେଉଁ ହସପିଟାଲକୁ ତାଙ୍କୁ ନିଆଯାଇଛି ଓ ତାଙ୍କର ଅବସ୍ଥା କିପରି ଅଛି ତାହା ଜଣାପଡ଼ିନାହିଁ । ଗାନ୍ଧିଛକ ଫାଣ୍ଡି ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ଗୁଳି କରିଥିବା ଏସଡ଼ିପିଓ ଙ୍କ ସୂଚନା । ପୋଲିସ ତାଙ୍କୁ କାବୁ କରିଥିବା ସୂଚନା ।
Home / ତାଜା ଖବର / Breaking News : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କୁ ଗୁଳି ମାଡ଼,ଗାନ୍ଧିଛକ ଫାଣ୍ଡି ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ଗୁଳି କରିଥିବା ସୂଚନା