ଭୁବନେଶ୍ୱର, ୨୯/୦୧/୨୦୨୩ (ଓଡ଼ିଶା ସମାଚାର)- ଶେଷରେ ଆସିଲା ଦୁଃଖଦ ଖବର- ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ପରଲୋକ । ଆଜି ବ୍ରଜରାଜ ନଗର ଠାରେ ଏକ ଦଳିୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନ୍ତ୍ରୀ ବ୍ରଜରାଜନଗର ଗସ୍ତରେ ଥିଲେ । ଗାନ୍ଧି ଛଳରେ ନିଜ ଗାଡ଼ି ରୁ ଓହ୍ଲାଇବା ସମୟରେ ଗାନ୍ଧିଛକ ଫାଣ୍ଡି ଦାୟିତ୍ୱରେ ଥିବା ପୋଲିସ ଏଏସଆଇ ଗୋପାଳ ଦାସ ତାଙ୍କୁ ଅତି ନିକଟରୁ ନିଜ ସର୍ଭିସ ରିଭଲଭର ରୁ ଗୁଳି ଚଳାଇଥିଲେ । ଗୋଟିଏ ଗୁଳି ତାଙ୍କ ଛାତିରେ ବାଜିଥିଲା । ଗୁଳିଛି ଛାତିରେ ବାଜି ପିଠିପଟେ ବାହାରି ଯାଇଥିଲା । ତାଙ୍କୁ ଅତ୍ୟନ୍ତ ଶଙ୍କଟାପନ୍ନ ଅବସ୍ଥାରେ ଏୟାର ଲିଫ୍ଟି କରି ଭୁବନେଶ୍ୱରର ଏକ ଘରୋଇ ହସପିଟାଲ (ଆପୋଲୋ ହସପିଟାଲ)ରେ ଭର୍ତି କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ , ରାଜ୍ୟପାଳ ପ୍ରଫେସର ଗଣେଷିଲାଲ ହସପିଟାଲ ରେ ପହଂଚି ମନ୍ତ୍ରୀ ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ତେବେ ଶେଷରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଲା । ଏହି ଘଟଣାର କ୍ରାଇମ ବ୍ରାଂଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଥିଲେ । କ୍ରାଇମ ବ୍ରାଂଚ ତଦନ୍ତ ଆରମ୍ଭ ହୋଇ ଯାଇଛି ।
Home / ତାଜା ଖବର / Breaking News : ଶେଷରେ ଆସିଲା ଦୁଃଖଦ ଖବର- ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ପରଲୋକ , ମୁଖ୍ୟମନ୍ତ୍ରୀ ଙ୍କ ଶୋକ