Tuesday , March 28 2023
Breaking News
Home / ତାଜା ଖବର / ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କୁ ଗୁଳି ମାଡ଼: ଏୟାର ଲିଫ୍ଟି କରାଯାଇ ଭୁବନେଶ୍ୱର ଆପୋଲୋ ହସପିଟାଲକୁ ନିଆଗଲା (ଅପ୍ ଡ଼େଟ୍ )

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କୁ ଗୁଳି ମାଡ଼: ଏୟାର ଲିଫ୍ଟି କରାଯାଇ ଭୁବନେଶ୍ୱର ଆପୋଲୋ ହସପିଟାଲକୁ ନିଆଗଲା (ଅପ୍ ଡ଼େଟ୍ )

ଝାରସୁଗୁଡ଼ା,୨୯/୦୧/୨୦୨୩ (ଓଡ଼ିଶା ସମାଚାର)- ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କୁ ଗୁଳି ମାଡ ହୋଇଛି । ତାଙ୍କ ଛାତିରେ ବାଜିଛି ଗୁଳି । ବ୍ରଜରାଜ ନଗର ଠାରେ ଏକ ଦଳିୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବ୍ରଜରାଜନଗର ଗସ୍ତରେ ଥିଲେ । ଗାନ୍ଧି ଛଳରେ ନିଜ ଗାଡ଼ି ରୁ ଓହ୍ଲାଇବା ସମୟରେ ଗୁଳିମାଡ ହୋଇଛି । ଗୁଳିମାଡ଼ରେ ଘଟଣାସ୍ଥଳରେ ସେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଟଳିପଡ଼ିଥିଲେ । ସେଠାରେ ପୋଲିସ୍, ଅଙ୍ଗରକ୍ଷୀ ଓ ଦଳିୟ କର୍ମୀମାନେ ଉପସ୍ଥିତ ଥିଲେ । ୫ ରାଉଣ୍ଡ ପର୍ଯ୍ୟନ୍ତ ଗୁଳି ଚାଳନା କରାଯାଇଥିବା ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସହିତ ଅନ୍ୟ ଜଣେ ଦଳିୟ କର୍ମୀମଧ୍ୟ ଆହତ ହୋଇଥିବା ସୂଚନା ମିଳୁଛି । ଗାନ୍ଧିଛକ ଫାଣ୍ଡି ଦାୟିତ୍ୱରେ ଥିବା ପୋଲିସ ଏଏସଆଇ ଗୋପାଳ ଦାସ ଗୁଳିମାଡ଼ କରିଥିବା ଏସଡ଼ିପିଓ ଗୁପ୍ତେଶ୍ୱର ଭୋଇ ସ୍ପଷ୍ଟ କରିଛନ୍ତି । ଗୁରୁତର ଆହତ ଅବସ୍ଥାରେ ତୁରନ୍ତ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଝାରସୁଗୁଡ଼ା ହସପିଟାଲ ରେ ଭର୍ତି କରାଯାଇଛି । ଝାରସୁଗୁଡ଼ା ହସପିଟାଲ ରୁ ସ୍ୱତନ୍ତ୍ର ବିମାନରେ ଏୟାର ଲିଫ୍ଟି କରାଯାଇ ଭୁବନେଶ୍ୱର ଆପୋଲୋ ହସପିଟାଲକୁ ନିଆଯିବା ବ୍ୟବସ୍ଥା କରାଯାଉଥିବା ସୂଚନା । ମନ୍ତ୍ରୀ ଙ୍କୁ ସୁରକ୍ଷା ଦେବାପାଇଁ ନିୟାଜିତ ପୋଲିସ ଅଧିକାରୀ ସର୍ଭିସ ବନ୍ଧୁକରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଗୁଳି କରିବା ଘଟଣା ସାଧାରଣରେ ଚର୍ଚ୍ଚା ର ବିଷୟ ହୋଇଛି ।

Leave a Reply

Your email address will not be published.