Sunday , March 26 2023
Breaking News
Home / ବିଶେଷ / ସାଧାରଣତନ୍ତ୍ର ଦିବସ ପାଳିତ 

ସାଧାରଣତନ୍ତ୍ର ଦିବସ ପାଳିତ 

କେନ୍ଦ୍ରାପଡ଼ା,୨୯/୦୧/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଂଚାୟତର ଶିବାୟ ଟିୟୁଟୋରିଆଲରେ ୭୪ତମ ସାଧାରଣତନ୍ତ୍ର ଦିବସ ଓ ସରସ୍ୱତୀ ପୂଜା ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଟିୟୁଟୋରିଆଲର ମୁଖ୍ୟ ରଜନିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ସାମ୍ବାଦିକ ଚିତରଞ୍ଜନ ଦାସ ମୁଖ୍ୟ ଅତିଥି, ମେଜର ଭରତ ଚନ୍ଦ୍ର ଜେନା ମୁଖ୍ୟବକ୍ତା ଓ ସମ୍ମାନୀତ ଅତିଥି ଭାବେ ଆଇନଜୀବୀ ରଞ୍ଜନ କୁମାର ମଲିକ ଯୋଗଦେଇ ଜାତୀୟ ପତକା ଉତୋଳନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଦେଶ ପ୍ରତି ତାଙ୍କର ଦାୟୀତ୍ୱବୋଧ ଓ କର୍ତବ୍ୟ ଉପରେ ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ନୃତ୍ୟ, ସଂଗୀତ ଓ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ ।

Leave a Reply

Your email address will not be published.