Tuesday , March 28 2023
Breaking News
Home / କ୍ରୀଡ଼ା / ମୋଟା ପି୍ରମିୟର କି୍ରକେଟ ଲିଗ ମ୍ୟାଚ ଉଦଯାପିତ; ଟିମ ଭଇପର ବିଜୟୀ

ମୋଟା ପି୍ରମିୟର କି୍ରକେଟ ଲିଗ ମ୍ୟାଚ ଉଦଯାପିତ; ଟିମ ଭଇପର ବିଜୟୀ

ନିରାକାରପୁର, ୨୯/୦୧/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ମୋଟା ଗ୍ରାମରେ ଚାଲିଥିବା ମୋଟା ପି୍ରମିୟର କି୍ରକେଟ ଲିଗ ମ୍ୟାଚ ରବିବାର ଉଦଯାପିତ ହୋଇଯାଇଛି । ଏହି କି୍ରକେଟ ମ୍ୟାଚ ଗୋଡିପଡା ପଂଚାୟତ ର ବିଭିନ୍ନ ଗ୍ରାମର କି୍ରକେଟ ଖେଳାଳୀଙ୍କ ଭିତରେ କ୍ରୟ କରାଯାଇ ଏହି ଲିଗ ମ୍ୟାଚ ଚାରିଦିନ ବ୍ୟାପୀ ଚାଲିଥିଲା । ଆଜି ଫାଇନାଲ ମ୍ୟାଚ ଟିମ ଭାଇପର ଏବଂ ଏମସିଜି ଷ୍ଟାର- ୧୧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ପ୍ରଥମେ ଏମସିଜି ଷ୍ଟାର-୧୧ ଟସ ଜିଣି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ୧୫ ଓଭରରେ ଏମସିଜି ଷ୍ଟାର -୧୧ଦଳ ୮ ୱିକେଟ ରେ ୮୭ ରନ କରିଥିଲା । ଜବାବରେ ଟିମ ଭାଇପର ୧୪.୫ ଓଭରରେ ୫ୱିକେଟ ହରାଇ ୮୮ ରନ କରି ବିଜୟୀ ହୋଇଛି । ଆଜି ର ମ୍ୟାଚରେ ମୁଖ୍ୟ ଅତିଥିଭାବେ ରାଜ୍ୟ ମହିଳା ବିଜୁ ଜନତା ଦଳ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଚମ୍ପିଆନ ଭାଇପର ଦଳ ଓ ରର୍ନସ ଅଫ ଏମସିଜେ ଷ୍ଟାର -୧୧କୁ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟତମ ଅତିଥିଭାବେ ଗୋଡିପଡା ସରପଂଚ ସୁଶାନ୍ତ କୁମାର ରଣସିଂହ ଯୋଗଦେଇଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ଭାଇପର ଦଳର ପ୍ରତୁ୍ୟଷ ରଣସିଂହଙ୍କୁ ସମ୍ବର୍ଦ୍ଧିର୍ତ କରାଯାଇଛିି । ଖେଳ କୁ ଦୀପେଶ ରଣସିଂହ, ଆଲୋକ ଭାରିମଲ, ଚିତରଞ୍ଜନ ଜେନା ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ବିକାଶ ପଟ୍ଟନାୟକ, ବିନାୟକ ଉମେଶ ରାୟ, ଆକାଶ ମହାରଣା, ସୈାମ୍ୟ ରଂଜନ ପ୍ରଧାନ ପ୍ରମୁଖ ସହାୟତା କରିଥିଲେ ।

Leave a Reply

Your email address will not be published.