Sunday , March 26 2023
Breaking News
Home / ବିଶେଷ / ଇଚ୍ଛାପୁର ଗ୍ରାମରେ ସରସ୍ବତୀପୂଜା ଉପଲକ୍ଷେ ବାଦୀପାଲା ଅନୁଷ୍ଠିତ

ଇଚ୍ଛାପୁର ଗ୍ରାମରେ ସରସ୍ବତୀପୂଜା ଉପଲକ୍ଷେ ବାଦୀପାଲା ଅନୁଷ୍ଠିତ

ଯାଜପୁର, ୨୯/୦୧/୨୦୨୩ (ଓଡ଼ିଶା ସମାଚାର /ସୁରେଶ କୁମାର କର): ବରୀ ବ୍ଲକ ଅନ୍ତର୍ଗତ ବାଇଁଶିରିଆ ପଞ୍ଚାୟତ ଇଚ୍ଛାପୁର ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ସରସ୍ୱତୀ ପୂଜା ଅବସରରେ ମା ବୀଣାପାଣି ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ  ଵାଦୀପାଲା କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି ।

ଚଳିତ ବର୍ଷ ପାଇଁ  ଗାୟକ ବିଜୟ କୁମାର ଓଝା ଓ ଟିମ ,ଅପରପକ୍ଷରେ ସତ୍ୟନାରାୟଣ ଜେନା ଓ ଟିମ ଆସନ୍ତା ଚାରି ରାତ୍ର ପାଇଁ ଏହି ବାଦୀପାଲାରେ ଅଂଶ ଗ୍ରହଣ କରୁଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି ।ଶୀତ ଲହରୀ ପ୍ରବାହ ହେଉଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରୁ ବହୁ ପାଲା ପ୍ରେମୀ ଏହି ଵାଦୀପାଲା ର ମଜା ନେଉଥିବା ଦେଖିବାକୁ ମିଳିଥିଲା ।ଗ୍ରାମରେ ଏଭଳି ଅନୁଷ୍ଠାନକୁ ଉଜ୍ଜୀବିତ କରି ରଖିଥିବାରୁ ବାଇଁଶିରିଆ ପଞ୍ଚାୟତର ବରିଷ୍ଠ ଶିକ୍ଷାବିତ ଓ ପାଲା ପ୍ରେମୀ ଧନେଶ୍ୱର ରାଉତ , ପ୍ରଫୁଲ ଧଳ , ପ୍ରଫୁଲ ତ୍ରିପାଠୀ , ସୁରେଶ କର , ଙ୍କ ସମେତ ବହୁ ବୁଦ୍ଧିଯିବି ଅନୁଷ୍ଠାନର ସମସ୍ତ କର୍ମକର୍ତା ଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave a Reply

Your email address will not be published.