Tuesday , March 28 2023
Breaking News
Home / ତାଜା ଖବର / Breaking News : ସାମାନ୍ୟ କଥାରୁ ଗୁଳିମାଡ଼ରେ ଯୁବକ ଗୁରୁତର ଆହତ

Breaking News : ସାମାନ୍ୟ କଥାରୁ ଗୁଳିମାଡ଼ରେ ଯୁବକ ଗୁରୁତର ଆହତ

ନୂଆପଡ଼ା, ୨୮/୦୧/୨୦୨୩ (ଓଡ଼ିଶା ସମାଚାର)- ନୂଆପଡ଼ା ଜିଲ୍ଲା ତରବୋଡ଼ ଫାଣ୍ଡି ଦଲ୍ଲିପଡ଼ା ଠାରେ ଆଜି ବାଇକରେ ଲିଫ୍ଟ ଦେବାରେ ବିଲମ୍ବ କରିବା ସହ ସାମାନ୍ୟ କଥାକୁ ନେଇ ଜଣେ ଯୁବକ ଗୁଳି କରିଛି। ଏହି ଗୁଳିମାଡ଼ରେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଯୁବକଙ୍କ ମୁଣ୍ଡରେ ଗୁଲି ବାଜି ଆଘାତ ହୋଇଥିବା ଜଣାପଡିଛି। ତାଙ୍କୁ ନୂଆପଡ଼ା ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ପୁଲିସ ବନ୍ଧୁକ ସହ ଅଭିଯୁକ୍ତ ହୃଷୀକେଶ ମାଝୀକୁ ଅଟକ ରଖିଥିବା ଜଣାପଡିଛି। ଗୁଳିମାଡ଼ର ଶିକାର ହୋଇଥିବା ଯୁବକ ଲଖନା ଥାନା ଟେଡ଼ଙ୍ଗା ଗ୍ରାମର ମଙ୍ଗଲ ଶଗଡ଼ିଆ (୩୦) । କୋମନା ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼, ତରବୋଡ଼ ଏସଆଇ ରାମଲାଲ ଜୁରିଆ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଆସନ୍ତାକାଲି ଅଭିଯୁକ୍ତ ହୃଷୀକେଶ ମାଝୀକୁ କୋର୍ଟ ଚାଲଣ କରାଯିବ ବୋଲି ସୂଚନା ମିଲିଛି।

 

Leave a Reply

Your email address will not be published.