ଭୁବନ ୨୮/୦୧/୨୦୨୩ (ଓଡ଼ିଶା ସମାଚାର)-ଭୁବନ ସରସ୍ୱତୀ ସିସୁ ବିଦ୍ୟା ମନ୍ଦିରରେ ଚଳିତ ବର୍ଷର ମାତୃ ସମ୍ମିଳନୀ ଓ କନ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପଂଚମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୦ ଜଣ ଛାତ୍ରୀ ଏଥିରେ ଯୋଗଦେଇ ଝୋଟି , ମୁରୁଜ , ଚିତା ଓ ମାଣବସା ଗୁରୁବାର କିପରି ପାଳନ କରାଯାଏ ସେ ସଂପର୍କରେ ଶିକ୍ଷାଲାଭ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଂପାଦକ ଜଗବନ୍ଧୁ ବିହାରୀ ଙ୍କ ଅଧ୍ୟକ୍ଷତାରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପ୍ରଧାନଆଚାର୍ଯ୍ୟା ଇନ୍ଦୁଲତା ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଇନଜୀବୀ ତଥା ପ୍ରବଚକ ରବୀନ୍ଦ୍ର କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ଶିଶୁ ଗଠନରେ ମା’ ର ଭୂମିକା” ସଂପର୍କରେ ମାର୍ଗଦର୍ଶନ କରିଥିଲେ । ବରିଷ୍ଠ ଆଚାର୍ଯ୍ୟ ପରମାନନ୍ଦ ମିଶ୍ର ଆଭିମୁଖ୍ୟ କଥନ , ଆଚାର୍ଯ୍ୟା ଅନସୂୟା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅମୃତ କଳସ ପ୍ରଶ୍ନୋତରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପର୍ଯ୍ୟାୟ ପ୍ରମୁଖ ଦିନେଶ କୁମାର ବୈଶାକ ଧନ୍ୟବାଦ ଅର୍ପଣ କରିଥିଲେ ।