ଲକ୍ଷ୍ମୀପୁର, ୨୮/୦୧/୨୦୨୩ (ଓଡ଼ିଶା ସମାଚାର)-ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଭାରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟା ବିଜୟଲକ୍ଷ୍ମୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା। ଉକ୍ତ ଦିବସ ରେ ଲକ୍ଷ୍ମୀପୁର ଅତିରିକ୍ତ ତହସିଲଦାର ମାଧବ ଭତ୍ରା ଉପସ୍ଥିତ ରହି ଦୀପ ପ୍ରଜ୍ଜଳନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମାଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ରହି କୁନି କୁନି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ଶିଶୁମାନେ ଘୋଷ ବାଦ୍ୟର ତାଳେ ତାଳେ ପ୍ୟାରଡରେ ବାହାରି ବଜାର ମଝିରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ନଗର ପରିକ୍ରମା କରିଥିଲେ।ସେହିପରି ଉକ୍ତ ଦିନ ବିଦ୍ୟାଳୟରେ ମା ସରସ୍ୱତୀଙ୍କ ପୂଜନ ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିଲା।ଛାତ୍ର ଛାତ୍ରୀ ମାନେ ବିଦ୍ୟା ଦାତ୍ରୀ ମାତା ସରସ୍ଵତୀ ଙ୍କ ପ୍ରତି ମୁର୍ତି ଆଗରେ ପୁଜାର୍ଚନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଗୁରୁଜୀ ଗୁରୁମା ଓ ଅନ୍ୟାନ୍ୟ କର୍ମଚାରି ମାନେ ସହଯୋଗ କରିଥିଲେ।ସେହିପରି ଲକ୍ଷ୍ମୀପୁର ମହା ବିଦ୍ୟାଳୟ,ସାଙ୍ଗାନା ହାଇସ୍କୁଲ,ଏକ୍ସବୋଡ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କାଣିମୁସା ପ୍ରାଥମିକ ବିଦ୍ୟାଳୟ ଓ ସିଦ୍ଧେସ୍ଵରି ପବ୍ଲିକ ସ୍କୁଲ ଠାରେ ମଧ୍ୟ ସରସ୍ଵତି ପୂଜା ଅନୁଷ୍ଠିତ ହୋଇଥିଲା।