ରଘୁନାଥପୁର, ୨୮/୦୧/୨୦୨୩ (ଓଡ଼ିଶା ସମାଚାର)-ରଘୁନାଥପୁର ଥାନା ଅନ୍ତର୍ଗତ କଟକ-ପାରାଦ୍ୱୀପ ରାସ୍ତାର ତାରପୁର ବାଇପାସ ଠାରେ ଆଜି ପ୍ରତୁ୍ୟଷ ୪ଟା ୪୫ମି. ସମୟରେ କେନ୍ଦ୍ରାପଡା ଜିଲ୍ଲା କୁଶିଆପାଳ ବାଲିପାଟଣା ଗ୍ରାମର ସନ୍ତୋଷ କୁମାର ଦାସ ଗୁରୁତର ଅବସ୍ଥାରେ ପଡିଥିଲେ । ତାଙ୍କର ସମ୍ପର୍କିୟ ଲୋକମାନେ ତାଙ୍କୁ ରଘୁନାଥପୁର ମେଡିକାଲରେ ପହଂଚାଇଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସନ୍ତୋଷ ମୃତୁ୍ୟର କାରଣ ସଠିକ୍ ଭାବେ ଜଣାପଡି ନଥିବା ବେଳେ ପୋଲିସ ମୋଟର ଦୁର୍ଘଟଣାରେ ମୃତୁ୍ୟ ହୋଇଛି ବୋଲି ଆଶଙ୍କା କରୁଛି । ଉକ୍ତ ଶବଟିକୁ ପୋଲିସ ଜବତ କରି ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଜଗତସିଂହପୁର ପଠାଇଛନ୍ତି ।