Tuesday , March 28 2023
Breaking News
Home / ଶିକ୍ଷା / ମହା ବିଦ୍ୟାଳୟ ଠାରେ ଅଭିଭାବକ ଓ ଶିକ୍ଷକ ସମିଳନୀ

ମହା ବିଦ୍ୟାଳୟ ଠାରେ ଅଭିଭାବକ ଓ ଶିକ୍ଷକ ସମିଳନୀ

ଲକ୍ଷ୍ମୀପୁର, ୨୮/୦୧/୨୦୨୩ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମହାବିଦ୍ୟାଳୟ ଠାରେ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଯୁକ୍ତ-୨ ବିଭାଗର ଏକ ଅଭିଭାବକ ଓ ଶିକ୍ଷକ ସମିଳନୀ ଅନୁଷ୍ଠିତ ହୋଇ ଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ବିରେନ୍ ଶତପଥିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମିଳନୀରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଯୁକ୍ତ-୩ ଅଧ୍ୟକ୍ଷ ବିଜୁ ମୁଦୁଲି,ଇଂରାଜି ଅଧ୍ୟାପକ ଗିରିଜା ଚୌଧରି,ଓଡିଆ ଅଧ୍ୟାପକ କିଶୋର ଚନ୍ଦ୍ର ସାହୁ,ଅଧ୍ୟାପିକା ମୌତୋସି ପ୍ରଧାନ ମଞ୍ଚାସିନ ଥିଲେ।ସମିଳନୀ ଆରମ୍ଭରୁ ଶ୍ରୀଗଣେଷଙ୍କ ଫଟ ଚିତ୍ର ରଖି ପୁଜାର୍ଚନା କରାଯାଇ ସଭା କାର୍ୟ୍ୟ ଆରମ୍ଭ ହୋଇଥିଲା।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବେହେରା ଛାତ୍ର ଛାତ୍ରୀ ମାନଙ୍କ ଜୀବନ ଗଢିବାରେ ଅଭିଭାବକ ଓ ଜଣେ ଶିକ୍ଷକର ଭୁମିକା କଣ ରହିବା ଦରକାର ତାହା ଉପରେ ବୁଝାଇଥିଲେ।ଏଥିସହ ଯୁକ୍ତ ଦୁଇ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥୀ ଏହି ସମ୍ମିଳନୀର ଉଦ୍ଧେଶ୍ୟ ଜ୍ଞାପନ କରିବା ସହ ମହାବିଦ୍ୟାଳୟର ସଫଳତା ଓ ଗୁଣାତ୍ମକ ଶିକ୍ଷା ବିଷୟରେ ନିଜର ମତାମତ ପ୍ରକାଶ କରିଥିଲା ବେଳେ ଯୁକ୍ତ ତିନି ଅଧ୍ୟକ୍ଷ ଶ୍ରୀ ଯୁକ୍ତ ମୁଦୁଲି କିପରି ଛାତ୍ର ଛାତ୍ରୀ ମାନେ ଶିକ୍ଷା ଉପରେ ଗୁରୁତ୍ଵ ଦେଇ ସମାଜରେ ଉଚ୍ଚ ପ୍ରସଂଶିତ ହେଇ ପାରିବେ ,ସେ ବିଷୟ ନେଇ ନିଜର ବକ୍ତବ୍ୟ ରଖିଥିଲେ।ଅଧ୍ୟାପିକା ଶ୍ରୀମତି ପ୍ରଧାନ ମହାବିଦ୍ୟାଳୟର ପରୀକ୍ଷା ଓ ଛାତ୍ର ବୃତ୍ତି ବିଷୟରେ ଅଭିଭାବକ ମାନଙ୍କୁ ଟିକି ନିଖି ଭାବେ ବୁଝାଇଥିବା ବେଳେ ପାଠ୍ୟ ସୁଚୀର କ୍ରିୟାକଳାପ ବିଷୟରେ ଓଡିଆ ଅଧ୍ୟାପକ କିଶୋର ଚନ୍ଦ୍ର ସାହୁ ଜଣେଇଥିଲେ।ଏହି ସମିଳନିରେ ଶତାଧିକ ସଂଖ୍ୟାରେ ଅଭିଭାବକ ମାନଙ୍କ ସହିତ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେଇଥିବା ବେଳେ ଇଂରାଜି ଅଧ୍ୟାପକ ଗୀରିଜା ଚୌଧରି ଏହି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published.