Tuesday , March 28 2023
Breaking News
Home / ବିଶେଷ / ମଇଁଷି ସହ ମୋଟରସାଇକେଲ ଧକ୍କା: ଦୁଇ ମୋଟର ସାଇକେଲ ଆରୋହୀ ଗୁରୁତର

ମଇଁଷି ସହ ମୋଟରସାଇକେଲ ଧକ୍କା: ଦୁଇ ମୋଟର ସାଇକେଲ ଆରୋହୀ ଗୁରୁତର

ବାଲିଗୁଡ଼ା,୨୮/୦୧/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ମଇଁଷି ସହ ମୋଟରସାଇକେଲ ଧକ୍କା । ଦୁର୍ଘଟଣାରେ ଦୁଇ ମୋଟରସାଇକେଲ ଆରୋହୀ ଗୁରୁତର । ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଗୁମାପଦର ଛକ ନିକଟରେ । ସୂଚନା ପ୍ରକାରେ ଶୁକ୍ରବାର ସନ୍ଧ୍ୟାରେ ବାଲିଗୁଡ଼ା ଥାନା ରେବିଙ୍ଗିଆ ଅଞ୍ଚଳର ଦୁଇ ଭାଇ ଅଜୟ ବଗର୍ତ୍ତୀ ଓ ବିପିନ ବଗର୍ତ୍ତୀ ଏକ ହୋଣ୍ଡା ସାଇନ୍ ମୋଟରସାଇକେଲ (OD02C 2043) ରେ କ.ନୁଆଗାଁ ଥାନା ଅଞ୍ଚଳକୁ ନିଜ ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ଗୁମାପଦର ଛକ ନିକଟରେ ରାସ୍ତାରେ ଥିବା ଏକ ମଇଁଷି ସହ ଧକ୍କା ହୋଇଥିଲା । ଫଳରେ ଦୁଇ ଭାଇ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିଲେ । ସେହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଅମିତ୍ କୁମାର ନାୟକ ନାମକ ଜଣେ ସ୍ବେଚ୍ଛାସେବୀ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ବର୍ତ୍ତମାନ ଆହତ ଦୁଇ ଭାଇ ସେଠାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସେପଟେ ସବୁବେଳେ ଗାଈଗୋରୁ,ଛେଳି ମେଣ୍ଢା ଭଳି ଗୃହପାଳିତ ପଶୁ ରାଜ ରାସ୍ତାରେ ଚଳପ୍ରଚଳ କରିବା ସହ ଅଧିକାଂଶ ସ୍ଥାନରେ ପଲ ପଲ ହୋଇ ଶୋଇ ରହୁଛନ୍ତି । ଏଥିଯୋଗୁଁ ବାରମ୍ବାର ରାସ୍ତାରେ ଦୁର୍ଘଟଣା ଘଟୁଛି ଏବଂ ଅକାରଣଣରେ ଜନଜୀବନ କ୍ଷତି ଘଟୁଛି । ଏଣୁ ପ୍ରଶାସନ ପକ୍ଷରୁ ଏଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published.