Tuesday , March 28 2023
Breaking News
Home / କ୍ରୀଡ଼ା / ବାଲୁେଙ୍କଶ୍ୱର ମହାବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ଓ ବାର୍ଷିକ କ୍ରୀଡା ପୁରସ୍କାର ବିତରଣ

ବାଲୁେଙ୍କଶ୍ୱର ମହାବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ଓ ବାର୍ଷିକ କ୍ରୀଡା ପୁରସ୍କାର ବିତରଣ

ଭୁବନ ୨୮/୦୧/୨୦୨୩ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି) ପଂଚାୟତ ଅନ୍ତର୍ଗତ ବାଲୁେଙ୍କଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାଲୁେଙ୍କଶ୍ୱର ମହାବିଦ୍ୟାଳୟରେ ୭୪ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଭୁବନ ବ୍ଲକ ୨ ନମ୍ବର ଜୋନ ଜିଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ପରେ ବାଲୁେଙ୍କଶ୍ୱର ଉଚ୍ଚ ମାଧ୍ୟମିକ ସ୍କୁଲର ବାର୍ଷିକ କ୍ରୀଡା ପୁରସ୍କାର ବିତରଣୀ ଉତ୍ସବରେ ଯୋଗଦେଇ କୃତୀ କ୍ରୀଡାବିତ ମାନଙ୍କୁ ପୁରସ୍କୃତ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ରବି ନାରାୟଣ ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ଉଚ୍ଛ୍ସବରେ ବାରୁଆଁ (ବି) ସରପଂଚ ଶ୍ରୀମତୀ ବୀଣାପାଣି ସାହୁ ,ଅଧ୍ୟାପକ ପ୍ରତାପ ବାରିକ , ଛାୟାକାନ୍ତ ବେହେରା , ଲାଇବ୍ରେରିଆନ ନୃସିଂହ ଚରଣ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ।

Leave a Reply

Your email address will not be published.