ନିରାକାରପୁର, ୨୮/୦୧/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲା ଡିଆ ପଂଚାୟତ ସ୍ଥିତ ଶ୍ରୀ କପିଳେଶ୍ୱର ଦେବଙ୍କ ପୀଠରେ ଶିକ୍ଷାବିତ ବଂଶୀଧର ଜଗଦେବଙ୍କ ପୌରହିତ୍ୟରେ ବର୍ଷିୟାନ ଯଦୁମଣି ଦାଶଙ୍କ ସୁୃତି ଉଦ୍ୟର୍ଶରେ ଅନୁଷ୍ଠିତ ସୁୃତି ଚାରଣ ସଭାରେ ବିଜେଡି ରାଜ୍ୟ ମହିଳା ଉପସଭାପତି ବାସନ୍ତି ମହାପାତ୍ର,ପୂର୍ବତନ ବିଧାୟକ ଦିଲ୍ଲିପ ଶ୍ରୀଚନ୍ଦନ,ରାଜ୍ୟ ପାଇକ ସଂଘର ସଭାପତି ପ୍ରକାଶ ଶୀ୍ରଚନ୍ଦନ,ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶହଦେବ ଜୟସିଂହ,୧୨ ନମ୍ବର ଜୋନ ଜିଲାପରିଷଦ ସଭ୍ୟ ବିଜୟ ପାଲଟାସିଂହ,ବରିଷ୍ଠ ନେତା ବିଜୟ ମହାପାତ୍ର,ଶିକ୍ଷାବିତ ନାରାୟଣ ଶତପଥି ପ୍ରମୁଖଙ୍କ ସମେତ ବହୁମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ଯଦୁମଣି ଦାଶଙ୍କ ଅତୀତ ଜୀବନ ଉପରେ ଆଲୋକ ପାତ କରିଥିଲେ ।
ଏହି ଅବସରରେ ଯଦୁମଣି ଦାଶଙ୍କ ସୁୃତିରେ ପୁସ୍ତକ ଅନୁସ୍ମରଣ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ସଭାରେ ସାମାଜିକ କର୍ମି ତଥା ସ୍ୱର୍ଗତ ଯଦୁଶୁଭମ ଦାଶଙ୍କ ସୁପୁତ୍ର ଶୁଭମ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡ ମୃତୁ୍ୟଜଂୟ ରଥ ମଂଚ ପରିଚାଳନା କରିଥିଲେ ।