ଗରଦପୁର,୨୮/୦୧/୨୦୨୩ (ଓଡ଼ିଶା ସମାଚାର)- ପବିତ୍ର ମାଘ ସପ୍ତମୀ ଅବସରରେ ନଡ଼ିଆବରାଇ ଉଚ୍ଚ ବିଦ୍ୟାଳୟର ୬୨ ତମ ପ୍ରତିଷ୍ଠା ଦିବସ ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସମାରୋହରେ ଗରଦପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଭୟ କୁମାର ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ , ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ସନ୍ତୋଷ କୁମାର ମାହାଳି , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବାସୁଦେବ ବେହେରା,୧୦ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ସତ୍ୟାନନ୍ଦ ରାଉତ , ସମିତି ସଭ୍ୟା ଶ୍ରୀମତୀ କାବେରୀ ମଲିକ୍ , ବରିଷ୍ଠ ନେତା ଅମିୟ କୁମାର ପରିଜା, ଭୂବନ ମୋହନ ଜେନା, ଅଶ୍ଵିନୀ ପରିଜା, ନିରଞ୍ଜନ ପରିଜା, ଦେବେନ୍ଦ୍ର ପରିଜା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।
ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ଖେଳରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ସହିତ ସାଟିଫିକେଟ୍ ପ୍ରଦାନ କରାଯାଇଥିଲା ।ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମମାନ କରାଯାଇଥିଲା।