Tuesday , March 28 2023
Breaking News
Home / ବିଶେଷ / କୋଠରୀ ଭିତରୁ ସ୍ୱାମୀ,ସ୍ତ୍ରୀ ଙ୍କ ମୃତ ଦେହ ଉଦ୍ଧାର

କୋଠରୀ ଭିତରୁ ସ୍ୱାମୀ,ସ୍ତ୍ରୀ ଙ୍କ ମୃତ ଦେହ ଉଦ୍ଧାର

ବରଗଡ, ୨୮/୦୧/୨୦୨୩ (ଓଡ଼ିଶା ସମାଚାର/ନୀରଂଜନ ତ୍ରିପାଠୀ)-ଭଟଲି ଥାନା ଅନ୍ତର୍ଗତ ଭଡ଼ିଗାଁ ଗ୍ରାମର ରଘୁ ଭୁଏ ବୟସ ୫୦ ତାଙ୍କ ସ୍ତ୍ରୀ ପ୍ରତିଷ୍ଠା ଭୁଏ ବୟସ ୪୬ ଗତ କାଲି ରାତିରେ ଖାଇ ଶୋଇଥିଲେ । ହେଲେ ଆଜି ସକାଳୁ ପଡୋଶୀ ଘର କବାଟ ପିଟି ଥିଲେ ।କିନ୍ତୁ ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ ପାଖ ପଡୋଶୀ ଓ ସମ୍ପର୍କକୀୟ ଙ୍କୁ ଖବର ଦିଆ ଯାଇଥିଲା । ଶେଷରେ କବାଟ ନ ଖୋଲିବାରୁ ଭଟଲି ପୋଲିସ କୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ଭଟଲି ଥାନା ଅଧିକାରୀ ଓ ତାଙ୍କ ଟିମ ପହଞ୍ଚି କବାଟ କୁ ଖୋଲିଥିଲେ। ହେଲେ ଘର ଭିତରୁ ଏକ ଦଉଡି ରେ ଦୁଇ ସ୍ୱାମୀ ସ୍ତ୍ରୀ ଝୁଲନ୍ତା ଅବସ୍ଥାରେ ଥିବା ପୋଲିସ ଦେଖିବାକୁ ପାଇଥିଲା । ଦୁଇ ମୃତ ଦେହକୁ ଉଦ୍ଧାର କରି ସ୍ଥାନୀୟ ଟୁକୁର୍ଲା ସ୍ଥିତ ମୁଖ୍ୟ ଚିକିତ୍ସାଳୟ କୁ ପଠା ଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପରେ ମୃତ ଶରୀରକୁ ବ୍ୟବଛେଦ କଲା ପରେ ସମ୍ପର୍କୀୟ ଙ୍କୁ ମୃତ ଦେହ ହସ୍ତାନ୍ତର କରାଯିବ ଏବଂ ଏ ନେଇ ଭଟଲି ଥାନା କେଶ ନମ୍ବର ୬/୨୩ ଓ ୭/୨୩ ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରିଥିବା ନେଇ ଭଟଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଗତ ଡିସେମ୍ବର ୨ ତାରିଖରେ ତାଙ୍କର ଏକ ମାତ୍ର ଝିଅ ସସ୍ମିତା ଭୁଏ ( ବୟସ ୨୨) ଏକ ତରଫା ପ୍ରେମ ଜନିତ ହତ୍ୟାକାଣ୍ଡ ରୁ ସମ୍ପୁର୍ଣ୍ଣରୂପେ ଭାଙ୍ଗି ପଡ଼ିଥିଲେ ସ୍ୱାମୀ,ସ୍ତ୍ରୀ। ଯାହା ମୃତ୍ୟୁ ର ପ୍ରକୃତ କାରଣ ହୋଇଥିବା ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published.