ନିରାକାରପୁର, ୨୮/୦୧/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଡିଆ ପଞ୍ଚାୟତର କପିଳେଶ୍ଵର ପୀଠରେ ରଞ୍ଜନ କୁମାର ଦାଶ, ନିରଞ୍ଜନ ରାଉତରାୟ ଓ ଲଛମନ ନାୟକ ପ୍ରମୁଖ ଆବାହକତ୍ୱରେ ଅନୁଷ୍ଠିତ ବନ୍ଧୁମିଳନ ଓ ସାଂଗଠନିକ ବୈଠକରେ ସଭାପତିତ୍ବ କରିଥିଲେ ମାଧବ ପାଟ୍ଟଶାଣୀ । ଏହି ବୈଠକରେ ରାଜ୍ୟ ମହିଳା ବିଜୁ ଜନତା ଦଳ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଯୋଗଦେଇ ନିଜ ସପକ୍ଷରେ ସଙ୍ଗଠନ ମଜବୁତ୍ କରିବା ପାଇଁ ଗୁରୁତ୍ଵ ଆରୋପ କରିଥିବାବେଳେ ଯୋଗ ଦେଇଥିବା ୱାର୍ଡ କମିଟି ସଦସ୍ୟ ମାନେ ଆଗାମୀ ନିର୍ବାଚନ ରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଶତାଧିକ କର୍ମୀ ଏହି ବୈଠକ ରେ ଯୋଗ ଦେଇଥିଲେ।