Tuesday , March 28 2023
Breaking News
Home / ରାଜନୀତି / କଂଗ୍ରେସର ଭାରତ ଯୋଡୋ ପଦ ଯାତ୍ରା

କଂଗ୍ରେସର ଭାରତ ଯୋଡୋ ପଦ ଯାତ୍ରା

ଲକ୍ଷ୍ମୀପୁର, ୨୮/୦୧/୨୦୨୩ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିରେ କଂଗ୍ରେସର ଭାରତ ଯୋଡୋ ପଦ ଯାତ୍ରା ପହଁଚିଛି।ସ୍ଥାନିୟ ମହାବିଦ୍ୟାଳୟ ନିକଟରେ ପଦ ଯାତ୍ରା ପହଁଚିବା ପରେ ସାଂସଦ ପ୍ରତିନିଧି ପବିତ୍ର ସାଉନ୍ତାଙ୍କ ଅଧ୍ୟକ୍ଷତାରେ ହଜାର ହଜାର କଂଗ୍ରେସ କର୍ମି ପଦ ଯାତ୍ରାରେ ସାମିଲ ଥିବା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟନାୟକ,କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା,ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ( ସମସ୍ତିଙ୍କ ପ୍ରିୟର ଭାଲୁ ଭାଇନା),ଜିଲ୍ଲା ସଭା ନେତ୍ରୀ ମିନାକ୍ଷୀ ବାହିନିପତିଙ୍କୁ ଫୁଲ ତୋଡା ଦେଇ ସ୍ଵାଗତ କରିଥିଲେ।ସେଠାରୁ ପ୍ରାୟ ଦେଢ କିଲୋ ମିଟର ଦୁର ପଦ ଯାତ୍ରାରେ ଆସି ସମୁହ ଲକ୍ଷ୍ମୀପୁର ବଜାର ଠାରେ ପହଁଚିଥିଲେ।ବଜାର ମଝିରେ ଶତାଧିକ କଂଗ୍ରେସ କର୍ମିଙ୍କ ଉପସ୍ଥିତିରେ ସମୁହ ନେତା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଧରେ ବିଷୋଦଗାର କରିଥିଲେ।ରାଜ୍ୟ ସରକାରଙ୍କୁ ଟଙ୍କିକିଆ ସରକାର ବୋଲି ଶ୍ରୀଯୁକ୍ତ ବାହିନିପତି ସମ୍ବୋଧନ କରିବା ସହ ବିଭିନ୍ନ କାର୍ୟ୍ୟରେ ଲିପ୍ତ ଥିବା ଏହି ଟଙ୍କିକିଆ ସରକାରକୁ ଉଖାଡି ଫିଙ୍ଗ,ଦରକାର ପଡିଲେ ପ୍ରତିବାଦ କର, ମୁ ଆପଣ ମାନଙ୍କ ସହ ଅଛି ବୋଲି କହିଥିଲେ।ଏହି ପଦ ଯାତ୍ରାରେ ଲକ୍ଷ୍ମୀପୁର ବ୍ଲକ ସମେତ ଦଶମନ୍ତପୁର,ନାରାୟଣପାଟଣା,ବନ୍ଧୁଗାଁ ବ୍ଲକର ଶତାଧିକ କର୍ମି ଉପସ୍ଥିତ ଥିଲେ।ପ୍ରାୟ ଅଧ ଘଣ୍ଟା ଧରି ବଜାର ଉପରେ ପ୍ରବଳ ଗହଳି ଦେଖା ଦେଇ ଥିଲା ବେଳେ ଶାନ୍ତି ଶୃଙ୍ଖଳା ପାଇଁ ଲକ୍ଷ୍ମୀପୁର ଥାନା ତରଫରୁ ବ୍ୟାପକ ପୋଲୋସ ମୁତୟନ କରାଯାଇଥିଲା।

Leave a Reply

Your email address will not be published.