Tuesday , March 28 2023
Breaking News
Home / ତାଜା ଖବର / BreakingNews : ମହାନଦୀ କୁ ଡେଇଁ ଯୁବତୀ ଙ୍କ   ଆତ୍ମହତ୍ୟା  : କାରଣ ଅସ୍ପଷ୍ଟ 

BreakingNews : ମହାନଦୀ କୁ ଡେଇଁ ଯୁବତୀ ଙ୍କ   ଆତ୍ମହତ୍ୟା  : କାରଣ ଅସ୍ପଷ୍ଟ 

ଜଗତପୁର, ୨୭/୦୧/୨୦୨୩ (ଓଡିଶା ସମାଚାର/ ଅଭୟ ଜେନା ) – କଟକ ହରିଣ ପାର୍କ ନିକଟସ୍ଥ ମହାନଦୀ ଘାଟରେ ଜଣେ ଯୁବତୀ ମହାନଦୀକୁ ହଠାତ୍ ଡେଇଁ ପଡିବା ସ୍ଥାନୀୟ ଲୋକେ ଦେଖିଥିଲେ ।  ପରେ ପରେ  ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଯୁବତୀ ଜଣଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ମେଡିକାଲ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବତୀ ଜଣକର  ପରିଚୟ ମିଳିପାରିନଥିବା ବେଳେ ମହାନଦୀ କୁ ଡେଇଁ ଆତ୍ମହତ୍ୟା କରିବାର  କାରଣ ସ୍ପଷ୍ଟ ହୋଇନଥିବା ଜଣାପଡିଛି  ।

Leave a Reply

Your email address will not be published.