Sunday , March 26 2023
Breaking News
Home / ଶିକ୍ଷା / ୫୪୦ ଶିକ୍ଷକୁ ମିଳିବ କମ୍ୟୁନିକେଟିଭ୍ ଇଂରାଜୀ ତାଲିମ

୫୪୦ ଶିକ୍ଷକୁ ମିଳିବ କମ୍ୟୁନିକେଟିଭ୍ ଇଂରାଜୀ ତାଲିମ

ଭୁବନେଶ୍ୱର,୨୭/୦୧/୨୦୨୩ (ଓଡ଼ିଶା ସମାଚାର)-ରାଜ୍ୟର ୩୦୦ ଆକାଂକ୍ଷୀ ସ୍କୁଲ ଚିହ୍ନଟ କରାଯାଇଛି । ସେଠାକାର ଶିକ୍ଷକମାନଙ୍କୁ କମ୍ୟୁନିକେଟିଭ୍ ଇଂରାଜୀ ବିଷୟରେ ତାଲିମ ଦେବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ମୋ’ ସ୍କୁଲ ଅଭିଯାନ ପକ୍ଷରୁ ‘ଇଂରାଜୀ ହେଲ୍ପ’ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩୦ଟି ସ୍କୁଲ ସାମିଲ ହୋଇଥିବା ବେଳେ ଏବେ ରାଜ୍ୟର ବଳକା ୨୭୦ ସ୍କୁଲର ୫୪୦ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କମ୍ୟୁନିକେଟିଭ୍ ଇଂରାଜୀ ବିଷୟରେ ତାଲିମ ଦିଆଯିବ । ଏହି ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ଯାହାକି ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । କେଉଁ ଦିନ କେଉଁ ଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ ହେବ ତାହାର ତାଲିକା ପ୍ରସ୍ତୁତ କରାଯାଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଠାଯାଇଛି । ଭର୍ଚୁଆଲ୍ ମାଧ୍ୟମରେ ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ କ୍ଲାସରୁମ୍ ଶିକ୍ଷାକୁ କିଭଳି ଅଧିକ ଚିତାକର୍ଷକ କରାଯାଇ ପାରିବ ସେନେଇ ଶିକ୍ଷକଙ୍କୁ ତାଲିମ ଦିଆଯିବା ସହ ପିଲାମାନେ କିଭଳି ନିଜକୁ ନିଜେ ପଢ଼ିପାରିବେ ସେଦିଗରେ ବି ପଦକ୍ଷେପ ନିଆଯାଇଛି । ଚୟନ ହୋଇଥିବା ଶିକ୍ଷକମାନଙ୍କୁ ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଅନୁମତି ଦେବାକୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ କୁହାଯାଇଛି ।

Leave a Reply

Your email address will not be published.